Odia News Portal

ଟରବାଇନରେ ସମସ୍ୟା ଯୋଗୁ ବିଦ୍ୟୁତ ଉତ୍ପାଦନ ବନ୍ଦ

ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲିଠାରେ NTPCର ପାୱାର ଷ୍ଟେସନରେ ସମସ୍ୟା ଯୋଗୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଟରବାଇନରେ ସମସ୍ୟା ଯୋଗୁ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଥିବା NTPC ପଷରୁ ସୂଚନା ଦିଆଯାଇଛି। ଗତ ୨୩ ତାରିଖରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ଥିବାରୁ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି।

ସାଇଟ ଏକ୍ସପର୍ଟ ଓ ଦିଲ୍ଲୀରୁ ଆସିଥିବା ଏକ୍ସପର୍ଟ ଟିମ ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ମରାମତି କାର୍ଯ୍ୟ ୧୫ ଦିନ ଧରି ଚାଲିବ ଏବଂ ସେ ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି NTPC ଦର୍ଲିପାଲିର ସିନିଅର ମ୍ୟାନେଜର ଏଚଆର୍ ହିମାଂଶୁ ବେହେରା।

ଅନ୍ୟପକ୍ଷରେ ରାଜ୍ୟରେ ପ୍ରଚଣ୍ଡ ଖରାର ପ୍ରକୋପ ଜାରି ରହିଥିବା ବେଳେ NTPCର ଗୋଟିଏ ୟୁନିଟରୁ ଉତ୍ପାଦନ ବନ୍ଦ ରହିବାକୁ ନେଇ ଉଦବେଗ ବ୍ୟକ୍ତ କରିଛନ୍ତି ଇଲେକଟ୍ରିସିଟି ଏମ୍ଲୋଇଜ ଫେଡେରେସନ ଅଫ ଇଣ୍ଡିଆର ରାଜ୍ୟ ସଭାପତି ବିଷ୍ଣୁ ମହାନ୍ତି ।