Odia News Portal

ଦେଶର ୨୯ତମ ସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କଲେ ଜେନେରାଲ ମନୋଜ ପାଣ୍ଡେ

ଜେନେରାଲ୍ ମନୋଜ ପାଣ୍ଡେ ଆଜି ଭାରତୀୟ ସେନାର ୨୯ତମ ସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଏମ୍ଏମ୍ ନାରାଓ୍ବଣେଙ୍କ ସ୍ଥାନ ନେଇଛନ୍ତି । ଇଞ୍ଜିନିୟରିଂ କର୍ପସର ପ୍ରଥମ ଅଧିକାରୀ ଭାବେ ଜେନେରାଲ ମନୋଜ ପାଣ୍ଡେ ପଦ ଅଳଙ୍କୃତ କରିଛନ୍ତି ।

ଏହା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଇଷ୍ଟର୍ନ କମାଣ୍ଡର କମାଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରିଥିଲେ ଏବଂ ଆଣ୍ଡାମାନ ଏବଂ ନିକୋବର କମାଣ୍ଡର କମାଣ୍ଡର-ଇନ୍-ଚିଫ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ନୂଆ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଏବଂ ବିଶିଷ୍ଟ ସେବା ପଦକ ପାଇଛନ୍ତି।