Odia News Portal

ଏମିତି ଏକ ଗାଁ ଯେଉଁଠି ୧୨ ବର୍ଷ ହେଲା ଜନ୍ମ ହେଉଛନ୍ତି ଖାଲି ଝିଅ

ଦୁନିଆ ଖୁବ୍ ରହସ୍ୟମୟ। ଦୁନିଆରେ ଆଜିବି ଅନେକ ରହସ୍ୟ ଅଛି ଯାହା ସମାଧାନ ହୋଇନାହିଁ । ବୈଜ୍ଞାନିକମାନେ ଅନେକ ରହସ୍ୟରୁ ପରଦା ହଟାଇ ଥିବାବେଳେ, ଅନେକ ଆଜିବି ରହସ୍ୟ ଘେରରେ। ଦୁନିଆରେ ଏପରି ଅନେକ ଅଜବ ସ୍ଥାନ ଅଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ପ୍ରଥମେ ସେ ସ୍ଥାନର ମାହାତ୍ମ୍ୟ ବିଶୟରେ ଜାଣିଲେ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ। ଆଉ ମନରେ ପ୍ରଶ୍ନ ବି ଆସେ ଏମିତି କେମିତି? ଆଉ ଆମେ ଆଜି ଆପଣଙ୍କୁ ସେମିତି ଗାଁ ବିଷୟରେ କହିବୁ । ଯେଉଁଠି ୧୨ ବର୍ଷ ହେବ କେହି ପୁଅ ଜନ୍ମ ନେଇ ନାହାନ୍ତି। ଜନ୍ମ ନେଉଛନ୍ତି ଖାଲି ଝିଅ।
କଣ ହେଲା, ଆଶ୍ଚର୍ଯ୍ୟ ଲାଗୁଛି ନା ? କିନ୍ତୁ ବାସ୍ତବରେ ଏମିତି ହିଁ ଗାଁ ଅଛି। ପୋଲାଣ୍ଡର ମିଜେସ୍କ ଓଦ୍ରଜେନେସ୍କି (Miejsce Odrzanskie)ରେ ଏହି ରାହସ୍ୟମୟୀ ଗାଁ ଅଛି। ଯେଉଁଠି ୧୨ ବର୍ଷ ହେବ ଜନ୍ମ ହେଉଛନ୍ତି ଖାଲି ଝିଅ। ପୁଅ ଆଦୌ ବି ଜନ୍ମ ହୋଇନାହାନ୍ତି। କଥାଟା ଅଜବ ଲାଗିପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଗାଁର ଏହି ରହସ୍ୟ ବିଷୟରେ ଜାଣି ସାଧାରଣ ଲୋକତ ଦୂରର କଥା ବୌଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ। ଏହି ଗାଁରେ ଏମିତି କାହିଁକି ଘଟୁଛି ତାହା ଜଣା ପଡ଼ୁନି।
ଚିନ୍ତାରେ ସମସ୍ତେ କିନ୍ତୁ ତାର ସମାଧାନ ବାହାରି ପାରୁନି। ୨୦୧୯ରେ ସେଠାକାର ମେୟର ଏକ ଆଶ୍ଚର୍ଯ୍ୟକର ଘୋଷଣା କରିଥିଲେ । ମେୟର କହିଥିଲେ ଯଦି ଗାଁରେ କାହାରି ପୁଅ ଜନ୍ମ ହୁଏ ତେବେ ସେହି ପରିବାରକୁ ପୁରସ୍କୃତ କରାଯିବ।
ଯେତେବେଳେ ଏହି ଗାଁ ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ। ସେମାନେ ଏହି ରହସ୍ୟ ଜାଣିବା ପାଇଁ ଅନୁସନ୍ଧାନ କଲେ । କିନ୍ତୁ ବହୁତ ଗବେଷଣା କରିବା ପରେ ମଧ୍ୟ ସେ କୌଣସି ସଫଳତା ପାଇପାରିଲେ ନାହିଁ । ବୈଜ୍ଞାନିକମାନେ ଜାଣିପାରିଲେନି ଯେ କାହିଁକି ଏହି ଗାଁରେ କୌଣସି ପୁଅ ଜନ୍ମ ହେଉନାହାନ୍ତି।
ତେବେ କେବଳ ବୈଜ୍ଞାନିକ ନୁହନ୍ତି। ସାମ୍ବାଦିକ ମାନେ ଏହି ଗାଁ ଉପରେ ଖୁବ୍ ଗବେଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗାଁର ରହସ୍ୟ ଉପରୁ ପରଦା ଉଠି ପାରୁନି।
ଏହି ଅନନ୍ୟ ଗାଁର ୩୦୦ ଲୋକେ ବସବାସ କରନ୍ତି। ତେବେ ଏହି ଗାଁ ବିଷୟରେ କେମିତି ଜଣା ପଡ଼ିଥିଲା ଜାଣିଛନ୍ତି? ଥରେ ଅଗ୍ନିଶମ ବିଭାଗର ଯୁବ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଆଞ୍ଚଳିକ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ଗାଁର ସମସ୍ତ ଦଳ ବାଳିକା ଥିଲେ । ସେବେଠାରୁ ଏହା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଏହି ଅଞ୍ଚଳର ମେୟର ଖ୍ରୀଷ୍ଟିନା ଜିଡଜିଆ କୁହନ୍ତି, ଏହି ଗାଁ ଟିକେ ଅଜବ। ଗାଁରେ କେବଳ ଝିଅମାନେ କାହିଁକି ଜନ୍ମ ହୁଅନ୍ତି ସେ ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ରହସ୍ୟ ଉନ୍ମୋଚନ କରିପାରିଲେ ନାହିଁ।