Odia News Portal

ବିଶ୍ୱର ବିଚିତ୍ର ମନ୍ଦିର,ପାଖକୁ ଗଲେ ହୋଇଯାଏ ମୃତ୍ୟୁ

ଆପଣ ବିଶ୍ୱର ବିଚିତ୍ର ସ୍ଥାନ ବିଷୟରେ ଶୁଣିଥିଲେ। ଯେଉଁଠାରେ ରହସ୍ୟମୟ କାର୍ଯ୍ୟ ହୋଇଥାଏ। ଏଭଳି ଏକ ସ୍ଥାନ ତୁର୍କିରେ ରହିଛି । ସେଠାରେ ଥିବା ଏକ ମନ୍ଦିରକୁ ଥରେ ଗଲେ କେହି ବଞ୍ଚିକି ଆସିପାରେ ନାହିଁ ବୋଲି କୁହାଯାଏ। ଆସନ୍ତୁ ଜଣିବା ଏହି ମନ୍ଦରର ରହସ୍ୟ କଣ ରହିଛି।

ଏହି ମନ୍ଦିର ତୁର୍କିର ପ୍ରାଚିନ ସହର ହେରାପୋଲିସରେ ଅବସ୍ଥିତ। ଏହି ପ୍ରାଚିନ ମନ୍ଦିରକୁ ନେଇ କୁହାଯାଇଛି ଯେ ଏଠାରେ ନର୍କର ଦ୍ୱାର ରହିଛି। ଯଦି କୌଣସି ଲୋକ ଏହି ମନ୍ଦିରକୁ ଚାଲିଯାଆନ୍ତି ତେବେ ତାଙ୍କର ମର ଶରୀର ମଧ୍ୟ ମିଳିନଥାଏ।

‘ସାଇନ୍ସ, ଆଲର୍ଟ ଡଟ୍‌ କମ୍’ ଅନୁସାରେ ଗତ କିଛି ବର୍ଷ ଧରି ଏଠାରେ ରହସ୍ୟମୟ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଲା ମଣିଷ ବ୍ୟତିତ ଏହି ମନ୍ଦିରକୁ ଆସୁଥିବା ଅନ୍ୟ ପଶୁ ପକ୍ଷୀମାନେ ମଧ୍ୟ ଜୀବିତ ଫେରନ୍ତି ନାହିଁ। ଏହି କାରଣରୁ ଲୋକମାନେ ଏହାକୁ କୁହନ୍ତି ‘ଦି ଗ୍ୟାଟ ଅଫ ହେଲ’ ଅର୍ଥାତ ନର୍କର ଦ୍ୱାର।

ଏହି ମନ୍ଦିରକୁ ନେଇ ଲୋକମାନେ ବିଶ୍ୱାସ କରନ୍ତି ଯେ ସେଠାରେ ମଣିଷଙ୍କ ମୃତ୍ୟୁ ୟୁନାନି ଭଗବାନଙ୍କ  ବିଷାକ୍ତ ନିଶ୍ୱାସ ଯୋଗୁଁ ହୋଇଥାଏ । ଗ୍ରୀକ୍-ରୋମାନ୍ କାଳରେ ଏକ ଆଇନ କରାଯାଇଥିଲା ଯେ ଯଦି କୌଣସି ବ୍ୟକ୍ତି ଏହି ମନ୍ଦିରକୁ ଯାଆନ୍ତି, ତା’ହେଲେ ତାଙ୍କ ମୁଣ୍ଡ କାଟି ଦିଆଯିବ ।