Odia News Portal

ଆସନ୍ତୁ ଜାଣିବା ବିଶ୍ୱର ସବୁଠାରୁ ମହଙ୍ଗା କଏନ୍

ବିଶ୍ୱରେ ଏମିତି ଅନେକ ବିରଳ ଜିନିଷ ଅଛି ଯାହାର ଦାମ୍ ଆପଣଙ୍କୁ ଚକିତ କରିଦେବ । ଏମିତି କିଛି ଆଣ୍ଟିକ୍ ଜିନିଷ ଥାଏ ଯାହାକୁ ଲୋକ ବେଶ୍ ପସନ୍ଦ କରନ୍ତି । କିଛି ଆଣ୍ଟିକ୍ କଏନ୍ ଅଛି ଯାହା ନିଜ ମାଲିକକୁ ଧନୀ କରିଦେବ । କିଛି ଲୋକଙ୍କୁ ବିରଳ ଜିନିଷ କଲେକ୍ସନ କରିବାର ସଉକ ଥାଏ ଏବଂ ସେମାନେ ଏହା ପାଇଁ କିଛି ବି ଦାମ୍ ଦେବାକୁ ପ୍ରସ୍ତୁତ ହୋଇଯାନ୍ତି ।

କଏନ୍ ସଂଗ୍ରହ କରିବା ଅନେକ ଲୋକଙ୍କ ସଉକ ଥାଏ । କିଛି କଏନ୍ ବହୁତ ମହଙ୍ଗା ଦାମରେ ନିଲାମ ହୋଇଥାଏ । ଯଦିଓ ଏହାର ମୂଲ୍ୟ ବହୁତ କମ୍ ଥାଏ କିନ୍ତୁ ଅଧିକ ଦାମରେ ଏହା ନିଲାମ ହୋଇଥାଏ । ଆସନ୍ତୁ ଜାଣିବା ଏମିତି ଏକ କଏନ୍ ସମ୍ପର୍କରେ ଯାହାକି ସବୁଠାରୁ ମହଙ୍ଗା କଏନ୍ । ଅର୍ଥାତ୍ ନିଲାମୀରେ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଥିଲା କଏନ୍ ସମ୍ପର୍କରେ…

ବିଶ୍ୱର ସବୁଠାରୁ ମହଙ୍ଗା କଏନ୍ ହେଉଛି ୧୯୩୩ ଡବଲ ଇଗଲ ଗୋଲ୍ଡ କଏନ୍ । ଏହା ଏକ ଆମେରିକୀୟ କଏନ୍ ଯାହାର ଫେସ୍ ଭାଲ୍ୟୁ ଯଦି ଆଜିର ଏକ୍ସଚେଞ୍ଜ ରେଟ୍ ଅନୁସାରେ ଦେଖିବା ତେବେ ୨୦ ଡଲାର(୧,୫୨୫.୭୧ ଟଙ୍କା) ହେବ । କିନ୍ତୁ ନିଲାମୀ ସମୟରେ ଏହାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କହିରଖୁଛୁ ଗତ ବର୍ଷ ସୋଥବୀ ନ୍ୟୁୟର୍କରେ ଏହାର ନିଲାମୀ କରିଥିଲା । ନିଲାମୀରେ ୧୪୪,୧୭,୯୫,୯୫୦ ଟଙ୍କା($୧୮.୯)ରେ ଏହି କଏନର ବୋଲି ହୋଇଥିଲା । ଅର୍ଥାତ୍ ଏହି କଏନ୍ ୧୪୪,୧୭,୯୫,୯୫୦ ଟଙ୍କାରେ ବିକ୍ରି ହେଲା । ଏହା ପୂର୍ବରୁ ୮ ଜୁଲାଇ ୨୦୨୧ରେ ଏହି କଏନ୍ ୧୩୮ କୋଟି ଟଙ୍କାରେ ନିଲାମ ହୋଇଥିଲା ।

କହିରଖୁଛୁ ୧୯୩୩ ମସିହାରେ ଡବଲ ଇଗଲ ପ୍ରଚଳନ ଉଦ୍ଦେଶ୍ୟରେ ଆମେରିକାରେ ପ୍ରସ୍ତୁ ହୋଇଥିବା ଏହା ଶେଷ ସୁନା କଏନ୍ । ଆପଣଙ୍କୁ କହିରଖୁଛୁ ଆମେରିକାରେ ଏହା ପ୍ରସ୍ତୁତ ହୋଇଥିଲା କିନ୍ତୁ ପ୍ରଚଳନ ହୋଇପାରିନଥିଲା । ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ଋଜବେଲ୍ଟ ସେହି ସମୟରେ ଦେଶରେ ସୁନା କଏନ୍ ପ୍ରଚଳନ ଉପରେ ରୋକ ଲଗାଇଦେଇଥିଲେ ।