Odia News Portal

ଜ୍ଞାନବାପି ଶିବଲିଙ୍ଗ ଉପରେ ବିବାଦୀୟ ପୋଷ୍ଟ ପାଇଁ ଗିରଫ ପ୍ରଫେସରଙ୍କୁ ମିଳିଲା ଜାମିନ

 ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗ ଉପରେ ଆପତ୍ତିଜନକ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହିନ୍ଦୁ କଲେଜର ଆସୋସିଏଟ୍ ପ୍ରଫେସର ରତନ ଲାଲଙ୍କୁ ଜାମିନ ମିଳିଛି । ଦିଲ୍ଲୀ ପୋଲିସ୍ ରତନ ଲାଲଙ୍କୁ ଆଜି ତିସ୍ ହାଜାରି କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି ।

ବାରାଣସୀର ଜ୍ଞାନବାପି ମସଜିଦରେ ସର୍ଭେ ବେଳେ ହିନ୍ଦୁ ପକ୍ଷ ଶିବଲିଙ୍ଗ ମିଳିଥିବା ଦାବି କରିଥିଲା । ଏହା ଉପରେ ପ୍ରଫେସର ରତନ ଲାଲ ଫେସବୁକରେ ଏକ ଆପତ୍ତିଜନକ ପୋଷ୍ଟ କରିଥିଲେ । ପ୍ରଫେସର ରତନ ଲାଲଙ୍କ ବିରୋଧରେ ସୁପ୍ରିମକୋର୍ଟର ଓକିଲ ବିନୀତ ଜିନ୍ଦଲ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲେ। ଶୁକ୍ରବାର ରାତିରେ ଦିଲ୍ଲୀ ପୋଲିସ ରତନ ଲାଲଙ୍କୁ ଗିରଫ କରିଥିଲା ।