Odia News Portal

ବ୍ରଜରାଜନଗର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡ ଶେଷ, ଆଗରେ ବିଜେଡି

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ଭୋଟ ଗଣତି | ଏନେଇ ଆରମ୍ଭ ହୋଇଯାଇଛି ଭୋଟ ଗଣତି ପକ୍ରିୟା | ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଅଳକା ମହାନ୍ତି ୭,୬୨୫ ଭୋଟରେ ଆଗୁଆ ଅଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ଦ୍ୱିତୀୟ ରାଉଣ୍ଡରେ ୫,୫୧୫ ଭୋଟ୍ ମିଳିଛି । ସେହିଭଳି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧,୪୭୯ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୮୫ ଭୋଟ୍ ମିଳିଛି ।

ତେବେ ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୭୯ଟି ବୁଥ୍ ଥିବାରୁ ୨୦ ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରତି ଟେବୁଲରେ ୩ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି । କାଉଂଟି ଏଜେଂଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତି ରାଉଣ୍ଡ ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ମାଇକ ଯୋଗେ ଏହାକୁ ଘୋଷଣା କରାଯିବ । ଭୋଟ୍ ଗଣତି କେନ୍ଦ୍ରରେ ମିଡିଆ ସେଂଟର ମଧ୍ୟ କରାଯାଇଛି । ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।