Odia News Portal

ଅଗଷ୍ଟ ୧୫ ସୁଦ୍ଧା ଦିଲ୍ଲୀରେ ଲଗାଯିବ ୫୦୦ ତ୍ରିରଙ୍ଗା: କେଜ୍ରିୱାଲ

ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି । ତେବେ ଅଗଷ୍ଟ ୧୫ ସୁଦ୍ଧା ଦିଲ୍ଲୀରେ ୫୦୦ ତ୍ରିରଙ୍ଗା ଲଗାଯିବ । ତ୍ରିରଙ୍ଗାର ଯତ୍ନ ନେତା ପାଇଁ ସ୍ୱେଚ୍ଛାସେବୀ କମିଟି ମଧ୍ୟ ଗଠନ କରାଯିବ । କେଜ୍ରିୱାଲ କହିଛନ୍ତି ଯେ ପ୍ରତ୍ୟେକ ତ୍ରିରଙ୍ଗା ସମ୍ମାନ କମିଟିରେ ଏକ ହଜାର ସ୍ୱେଚ୍ଛାସେବୀ ରହିବେ । ସେପଟେ ଆଜି ତ୍ୟାଗରାଜ ଷ୍ଟାଡିୟମରେ ତ୍ରିରଙ୍ଗା ସମ୍ମାନ କମିଟିର ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ସରକାର ଦେଶପ୍ରେମ ବଜେଟ ଅନ୍ତର୍ଗତ ରାଜଧାନୀରେ ଏସବୁ ତ୍ରିରଙ୍ଗା ଲଗାଇବେ ।

ସେ କହିଛନ୍ତି ଯେ ଯେଉଁ ଦିନ ୧୩୦ କୋଟି ଲୋକ ଏକାଠି ଭାରତ ପାଇଁ ଚିନ୍ତା କରିବା ଆରମ୍ଭ କରିବେ ସେହି ଦିନ ଦାରିଦ୍ର୍ୟ ଦୂର ହେବ । ଭାରତ ଅଗ୍ରଗତି କରିବ ଏବଂ ବିଶ୍ୱ ଗୁରୁ ହେବ ବୋଲି କହିଛନ୍ତି । ଏହା ସହ ବର୍ତ୍ତମାନ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୦୦ ତ୍ରିରଙ୍ଗା ଲଗାଯିବ । ଅଗଷ୍ଟ ୧୫ ସୁଦ୍ଧା ମୋଟ ୫୦୦ ତ୍ରିରଙ୍ଗା ସ୍ଥାପନ କରାଯିବ । ଗତ ବର୍ଷ ଦିଲ୍ଲୀ ସରକାର ଦେଶପ୍ରେମୀ ବଜେଟର ଏକ ଅଂଶ ଭାବରେ ସହରରେ ୧୧୫ ଫୁଟ ଉଚ୍ଚତା ବିଶିଷ୍ଟ ୫୦୦ ତ୍ରିରଙ୍ଗା ସ୍ଥାପନ କରିବାକୁ ଘୋଷଣା କରିଥିଲେ ।