Odia News Portal

ବାରଣାସୀ ସିରିଏଲ ବୋମା ବିସ୍ଫୋରଣ ମାମଲା; ଦୋଷୀ ୱାଲିଉଲ୍ଲାହ ଖାନକୁ ଫାସୀଦଣ୍ଡାଦେଶ ଶୁଣାଇଲେ କୋର୍ଟ

ବାରଣାସୀ ସିରିଏଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ୱାଲିଉଲ୍ଲାହ ଖାନକୁ ଫାସୀଦଣ୍ଡାଦେଶକୁ ଶୁଣାଇଛନ୍ତି କୋର୍ଟ । ତେବେ ୧୬ ବର୍ଷ ପୁରୁଣା ଏହି ମାମଲାରେ ଜୁନ ୪ ତାରିଖରେ ୱାଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ସିରିଏଲ ବିସ୍ଫୋରଣର ଦୁଇଟି ମାମଲାରେ ଜିଲ୍ଲା ଜଜ୍ ଆତଙ୍କବାଦୀ ୱାଲିଉଲ୍ଲାହକୁ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ଏକ ମାମଲାରେ ପ୍ରମାଣ ଅଭାବରୁ ତାକୁ ଦୋଷମୁକ୍ତ କରାଯାଇଥିଲାମାମଲାରେ ଅଭିଯୁକ୍ତି ୱାଲିଉଲ୍ଲାହକୁ ଜୁନ ୪ ତାରିଖ ଅପରାହ୍ମରେ ଜିଲ୍ଲା ଅଦାଲତରେ ହାଜର କରାଯାଇଥିଲା। ଜିଲ୍ଲା ଜଜ ଜିତେନ୍ଦ୍ର କୁମାର ସିହ୍ନା ବାରାଣସୀର ସଂକଟମୋଚନ ମନ୍ଦିରରେ ହୋଇଥିବା ସିରିଏଲ ବିସ୍ଫୋରଣରେ ବଲିଉଲ୍ଲାହ ଦୋଷୀ ଥିବା ଘୋଷଣା କରିଥିଲେ। ଏହି ବିସ୍ଫୋରଣରେ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ଦଶାଶ୍ୱମେଘ ଘାଟରେ କୁକର ବୋମା ମିଳିବା ଘଟଣାରେ ମଧ୍ୟ ୱାଲିଉଲ୍ଲାହ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏଠାରେ ବିସ୍ଫୋରଣ ହେବା ପୂର୍ବରୁ ବୋମାକୁ ଉଦ୍ଧାର କରାଯାଇଥିଲା। ତୃତୀୟ ମାମଲାରେ ରେଲୱେ କ୍ୟାଣ୍ଟ ନିକଟରେ ବିସ୍ଫୋରଣ ହୋଇଥିଲା। ଏଠାରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ସାକ୍ଷୀ ଅଭାବ ଯୋଗୁଁ ୱାଲିଉଲ୍ଲାହକୁ କୋର୍ଟ ଏହି ମାମଲାରୁ ମୁକ୍ତ କରିଛନ୍ତି। ୨୦୦୬ ମସିହାରେ ବାରାଣସୀରେ ସଂକଟମୋଚନ ମନ୍ଦିର ଏବଂ କ୍ୟାଣ୍ଟ ରେଲୱ ଷ୍ଟେସନରେ ବୋମା ବିସ୍ଫୋରଣ ହୋଇଥିଲା।