ଦଣ୍ଡପାଟରେ ରେ ଥମୁନି ଦାଦନ ଦୁଃଖ , ଗୋଟିଏ ସପ୍ତାହ ନ ପୁରୁଣୁ ପୁଣି ଆଉ ଜଣେ ଦାଦନଶ୍ରମିକ ଙ୍କ ମୃତ୍ୟୁ । ଗତ କିଛି ଦିନ ତଳେ କୋକସରା ବ୍ଲକ ର ଜଣେ ନାବାଳକ ଙ୍କ ମୃତ ଦେହ ଫେରିଥିଲା ହାଇଦ୍ରାବାଦ ରୁ ନିଜ ଗାଁ ପିପଲ୍ ଝାପର କୁ। ପୁଣି ଆଉ ଜଣେ ଦାଦନ ଶ୍ରମିକ ଙ୍କ ମୃତ ଦେହ ଫେରିଛି ନିଜ ଜନ୍ମ ମାଟି ଖପରା ମାଲ ଗ୍ରାମକୁ , ସୂଚନା ଅନୁଯାୟୀ କୋକସରା ବ୍ଲକ୍ ମୁସାପାଲି ପଂଚାୟତ ଖପରାମାଳ ଗ୍ରାମର ଗଜିନ୍ଦ୍ର ନାଏକ ( ୨୧) କିଛି ବର୍ଷ ତଳେ ଘରର ଆର୍ଥିକ ସମସ୍ୟା ଯୋଗୁଁ ନିଜ ଭିଟା ମାଟି ଛାଡ଼ି ଯାଇଥିଲେ ବାଙ୍ଗାଲୋର କୁ ଦାଦନ ଖଟି , କିନୁ ଗତ ଶନିବାର ହଠାତ୍ ଗଯିନ୍ଦ୍ର ଙ୍କ ସ୍ବାସ୍ଥ୍ୟ ବିଗିଦିଯିବା ଯୋଗୁଁ ଏକ ମେଡିକାଲ୍ ରେ ଭର୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହିଁ ସେଠାରେ ତାଙ୍କ ପ୍ରାଣବାୟୁ ଚାଲିଯାଇଥିଲା । ଅନ୍ୟପଟେ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ଶ ବ ଆଣିବା ପାଇଁ ଧାର କରଜ କରି ପରିବାର ଟଙ୍କା ପଠାଇବା ପରେ ମୃତ ଦେହ ଘରକୁ ପହଞ୍ଚିଥିଲା । ମୃତ ଶରୀର ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖାଦେଇଛି । ଘରର ରୋଜଗାରିଆ ପୁଅ କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପଡ଼ିଛନ୍ତି ପରିବାର । ତେବେ ଦଣ୍ଡପାଟ ଜିଲ୍ଲାର ଦାଦନ ପ୍ରବଣ ଅଞ୍ଚଳ ଭାବେ ସଦାସର୍ବଦା ଚର୍ଚ୍ଚା ରେ ରହିଛି ,ଏଠିକାର ଅନେକ ଦାଦନ ଶ୍ରମିକ ବାହାର ରାଜ୍ଯ କୁ ପେଟ ପାଟଣା ପାଇଁ ଯାଇ ନିର୍ଯାତିତ, ବନ୍ଧକ ପଡ଼ୁଥିବା ବେଳେ ଅନେକ ଶ୍ରମିକଙ୍କ ମୃତ ଦେହ ଗାଁ କୁ ଫେରୁଥିବା ନଜିର ରହିଛି ,କିନ୍ତୁ ନା ଏଥି ପ୍ରତି ପ୍ରଶାସନ ର ଦୃଷ୍ଟି ପଡୁଛି ନା ନେତା ମନ୍ତ୍ରୀ ଙ୍କ ଦୃଷ୍ଟି । ସବୁ ଜାଣି ଶୁଣି ସରକାର ଚୁପ୍ ।
