ଆପଣ ଆକାଶରେ ପକ୍ଷୀ ଉଡିଥିବାର ଦେଖିଥିବେ । ଉଡିବା ସମୟରେ ପକ୍ଷୀମାନେ ଅତି ସୁନ୍ଦର ଲାଗିବା ସହ ଆକାଶର ଶୋଭା ବଢାଇଥାନ୍ତି । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଉଡିବା ସମୟରେ ପକ୍ଷୀଙ୍କ ଟେକନିକ୍ କିପରି ରହିଥାଏ ? ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଏହା ଜାଣିବା ପାଇଁ ଚାହୁଁଥିଲେ କି ପକ୍ଷୀମାନେ କେମିତି ଉଡନ୍ତି ? ଆଉ ଏହା ଜାଣିବା ପାଇଁ ସେ ପକ୍ଷୀ ସହିତ ଆକାଶରେ ଉଡିଗଲେ ।
ସୋସିଆଲ ମିଡିଆରେ ଅପଲୋଡ୍ କରାଯାଇଥିବା ଏହି ଭିଡିଓରେ ନଜର ଆସୁଛି କି ଏକ ପକ୍ଷୀ ଆକାଶରେ ଉଡୁଛି । ଏହି ପକ୍ଷୀ ପାଖରେ ଜଣେ ବ୍ୟକ୍ତି ମଧ୍ୟ ନଜର ଆସୁଛନ୍ତି । ସେ ନିଜ କ୍ୟାମେରାରେ ପକ୍ଷୀର ଉଡିବା ରେକର୍ଡ କରୁଛନ୍ତି । ଏଥିରେ ନଜର ଆସୁଛି କି ଉଡିବା ସମୟରେ ପକ୍ଷୀର ଟେକନିକ୍ କେତେ ସୁନ୍ଦର ହୋଇଛି । ବ୍ୟକ୍ତି ଜଣକ ଆକାଶରେ ଉଡିବା ପାଇଁ ପାରାସ୍ୟୁଟ୍ ବା ପାରାଗ୍ଲାଇଡିଂର ସାହାରା ନେଇଛନ୍ତି । ଭିଡିଓକୁ ଦ ଗ୍ରେଟ୍ ପ୍ଲାନେଟ୍ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ କରାଯାଇଛି ।
ଭିଡିଓଟି ସମସ୍ତଙ୍କୁ ଚକିତ କରୁଛି । ଆପଣ ଦେଖି ପାରିବେ ଏକ ଚିଲ ପୃଥିବୀଠୁ ହଜାର ହଜାର ଫୁଟ୍ ଉଚ୍ଚରେ ଆକାଶରେ ଉଡୁଛି । ସେଠାରେ ବ୍ୟକ୍ତିଜଣକ ମଧ୍ୟ ଉଡୁଛନ୍ତି । ତାଙ୍କ ହାତରେ ଏକ କ୍ୟାମେରା ରହିଛି ଯେଉଁଥିରେ ଭୂପୃଷ୍ଠରେ ଜଙ୍ଗଲ ଏବଂ ବିଲ୍ଡିଂ ନଜର ଆସୁଛି ।
ଆପଣ ଭିଡିଓରେ ଦେଖିପାରିବେ କି ପକ୍ଷୀ ନିଜ ଶରୀରର ଲାଞ୍ଚ ଭାଗକୁ ଉପର-ତଳ, ଡାହାଣ-ବାମକୁ ଆଡଜଷ୍ଟ କରୁଛି । ଏମିତି କରି ସେ ଶୂନ୍ୟରେ ନିଜ ଉଡାଣର ଦିଗ ବଦଳାଇବାରେ ସାହାଯ୍ୟ କରିଥାଏ । ତା ଡେଣାରେ ସେ ପବନ ଭରିଥାଏ ଯାହା ଫଳରେ ତାକୁ ବାରମ୍ବାର ଫଡଫଡ୍ କରିବା ଦରକାର ପଡିନଥାଏ । ଏବଂ ଯାହା ଫଳରେ ସେ ନିଜ ଡେଣାକୁ ସିଧା କରି ମଧ୍ୟ ଉଡିପାରେ । ମଝିରେ ମଝିରେ ସେ ବ୍ୟକ୍ତିର ଗ୍ଲାଇଡରରେ ଆସି ବସିଯାଉଛି । ତେବେ ଚକିତ କରିଦେବା ଭଳି ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୪ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି ।
