Odia News Portal

ପ୍ରଥମ ଥର ବିଦେଶରୁ କୋଇଲା ଆମଦାନୀ କରିବ କୋଲ ଇଣ୍ଡିଆ

ପ୍ରଥମ ଥର ବିଦେଶରୁ କୋଇଲା ଆମଦାନୀ କରିବ କୋଲ ଇଣ୍ଡିଆ । କୋଲ ଇଣ୍ଡିଆ ଲିମିଡେଟ୍ ସେପ୍ଟେମ୍ୱର ମାସ ଶେଷ ସୁଦ୍ଧା ବିଦେଶରୁ ୨୪.୧୬ ଲକ୍ଷ ଟନ କୋଇଲା ଆମଦାନୀ ଲାଗି ଟେଣ୍ଡର ଜାରି କରିଛି। ପ୍ଲାଣ୍ଟ ଗୁଡିକରେ କୋଇଲାର ପର୍ୟ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବାରେ ଏହାର ବ୍ୟବହାର କରାଯିବ। ଗତ ମାସରେ ଶକ୍ତି ମନ୍ତ୍ରଣାଳୟ କୋଲ ଇଣ୍ଡିଆକୁ ବିଦେଶରୁ କୋଇଲା ଆମଦାନୀ ପାଇଁ ଅର୍ଡର ଦେବାକୁ କହିଥିଲା। କୋଲ ଇଣ୍ଡିଆ ଦୁନିଆର ସବୁଠୁ ବଡ଼ କୋଇଲା ମାଇନିଂ କମ୍ପାନି ଏବଂ ଏହା ନିକଟରେ କୋଇଲା ଆମଦାନୀର ଅଭିଜ୍ଞତା କମ ରହିଛି। ରୟଟର୍ସର ରିପୋର୍ଟ ଅନୁସାରେ, କୋଲ ଇଣ୍ଡିଆ ୨୦୨୨ ଜୁଲାଇରୁ ୨୦୨୩ ଜୁନ ମଧ୍ୟରେ ଯୋଗାଣ ପାଇଁ ଶନିବାର ଏକ ଟେଣ୍ଡର ଜାରି କରିବ ।

ଏପ୍ରିଲରେ କୋଇଲା ସଂକଟ ଯୋଗୁଁ ବିଜୁଳି କାଟର ସମସ୍ୟା ଯେପରି ପୁଣି ଥରେ ଉତ୍ପନ୍ନ ନ ହୁଏ ସେଥିପାଇଁ ସରକାର କୋଇଲା ଆମଦାନୀ ସହ ସବୁ ପ୍ରୟାସ କରୁଛନ୍ତି। କୋଲ ଇଣ୍ଡିଆର ବୟାନ ଅନୁସାରେ, ପ୍ରଥମ ଥର ପାଇଁ କୋଲ ଇଣ୍ଡିଆ ଲିମିଟେଡ୍ ବୁଧବାର ଏକ ଅନ୍ତରାଷ୍ଟ୍ରୀୟ ଇ-ଟେଣ୍ଡର ଜାରି କରିଛି, ଏଥିରେ ୨୪.୧୬ ଲକ୍ଷ ଟନ କୋଇଲା ଆମଦାନୀ ଉପରେ ନିଲାମୀ ଡକାଯାଇଛି। ଏହି କୋଇଲାକୁ ସରକାରୀ ବିଜୁଳି ଉତ୍ପାଦନ କମ୍ପାନି ଏବଂ ଇଣ୍ଡିପେଣ୍ଡଣ୍ଟ ପାୱାର ପ୍ଲାଣ୍ଟ ପକ୍ଷରୁ ଆମଦାନୀ କରାଯାଉଛି। ଉଭୟ ପକ୍ଷର ଚାହିଦା ଅନୁସାରେ ଆମଦାନୀ କରାଯାଉଛି।