Odia News Portal

ରାଜ୍ୟସଭା ନିର୍ବାଚନରେ ​​ଭୋଟ୍ ଦେବା ପାଇଁ ନଓ୍ବାବ ମଲିକଙ୍କ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

ରାଜ୍ୟସଭା ନିର୍ବାଚନରେ ​​ଭୋଟ୍ ଦେବା ପାଇଁ ତାଙ୍କୁ ଜେଲରୁ ମୁକୁଳିବାକୁ ଅନୁମତି ଦେବା ଲାଗି ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କ ଆବେଦନ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି । ମଲିକ ଏହି ଆବେଦନରେ କହିଥିଲେ ଯେ ତାଙ୍କୁ ମୁଚାଲିକାରେ ହାଜତରୁ ମୁକ୍ତ କରାଯାଉ ଅଥବା ତାଙ୍କୁ ଭୋଟ୍ ଦେବା ପାଇଁ ପୋଲିସ ସହିତ ବିଧାନସଭା ଯିବାକୁ ଦିଆଯାଉ।

ଜଷ୍ଟିସ ପିଡି ନାୟକଙ୍କ ଏକକ ବେଞ୍ଚ୍ କହିଛନ୍ତି, ଯଦିଓ ମଲିକ ଏହି ଆବେଦନରେ ‘ଜାମିନ’ ଶବ୍ଦ ଉଲ୍ଲେଖ କରିନାହାଁନ୍ତି, ତଥାପି ତାଙ୍କ ଆବେଦନରୁ ସେ ଜାମିନ ଚାହୁଁଥିଲେ ବୋଲି ଜଣାପଡ଼ୁଛି । ତାଙ୍କୁ ସ୍ବତନ୍ତ୍ର କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ କରିବାକୁ ପଡିବ। ମଲିକଙ୍କୁ ଅସ୍ଥାୟୀ ଜାମିନ ଦେବାକୁ ଗୁରୁବାର ସ୍ବତନ୍ତ୍ର କୋର୍ଟ ମନା କରି ଦେଇଥିଲେ | ହାଇକୋର୍ଟ କହିଛନ୍ତି ଯେ ମଲିକଙ୍କ ଆବେଦନକୁ ଗ୍ରହଣ କରି ଆମେ କୌଣସି ଭୁଲ ଉଦାହରଣ ସୃଷ୍ଟି କରିବାକୁ ଚାହୁଁନାହୁଁ ।