Odia News Portal

ଘରୋଇ ବସରେ ଲାଗିଗଲା ନିଆଁ

ଏକ ଘରୋଇ ବସରେ ଲାଗିଗଲା ନିଆଁ | କାଞ୍ଜିପାଣି ଥାନା ଅନ୍ତର୍ଗତ ଘାଟିରେ ଏହି ଅଘଟଣ ଘଟିଛି । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ବେଳେ, ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି ବସ । ତେବେ ଭାଗ୍ୟବଶତଃ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଉକ୍ତ ବସଟି ରାଉରକେଲାରୁ କେନ୍ଦୁଝର ଅଭିମୁଖେ ଆସୁଥିଲା । ରାତି ପ୍ରାୟ ୩ଟା ବେଳେ କୌଣସି କାରଣରୁ ବସରେ ନିଆଁ ଲାଗିବା ନେଇ ଡ୍ରାଇଭର ସମସ୍ତ ଯାତ୍ରୀଙ୍କୁ ଅବଗତ କରାଇଥିଲେ । ଫଳରେ ସବୁ ଯାତ୍ରୀ ସୁରକ୍ଷିତ ଭାବେ ବାହାରିବାରେ ସଫଳ ହୋଇଥିଲେ ।

ସେପଟେ କେନ୍ଦୁଝରରୁ ଅନ୍ୟ ଏକ ବସ ଆସିବା ଯୋଗୁଁ ସମସ୍ତ ଯାତ୍ରୀ ସେଠାକୁ ସ୍ତାନାନ୍ତର ହୋଇଥିଲେ । ଘଟଣାସ୍ଥଳରେ କାଞ୍ଜିପାଣି ପୋଲିସ ଓ ଦମକଳ ବାହିନୀର ଅଧିକାରୀ ପହଞ୍ଚି ବସରେ ନିଆଁ ଲିଭାଇଥିବା ଜଣାପଡିଛି ।