Odia News Portal

ମଣିଷଙ୍କ ଭଳି ହେବ ରୋବୋଟ ର ଫିଙ୍ଗର

ସାଇନ୍ସର ଦୁନିଆ ଖୁବ୍‌ ଜୋରରେ ପ୍ରଗତି କରୁଛି । ଏହାସହ ହିଁ ରୋବୋଟ୍ସ ସହ ଜଡ଼ିତ ଟେକ୍ନୋଲଜିରେ ମଧ୍ୟ ପ୍ରମୁଖ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହି କ୍ରମରେ ଏବେ ବୈଜ୍ଞାନିକମାନେ ଏକ ଏମିତି ରୋବୋଟିକ୍‌ ଫିଙ୍ଗର ତିଆରି କରିଛନ୍ତି ,ଯାହାର ସ୍କିନ୍‌ ମଣିଷ ଭଳି । କେବଳ ଏତିକି ନୁହେଁ , ରୋଗରେ ପଡ଼ିବା ପରେ ରୋବୋଟର ଏହି ସ୍କିନ୍‌ ନିଜକୁ ଠିକ୍‌ କରିପାରିବ। ଟୋକିଓ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚରମାନେ ଏହି ରୋବୋଟିକ୍‌ ଫିଙ୍ଗର ତିଆରି କରିଛନ୍ତି , ଯାହାର ସ୍କିନ ଲିଭିଂ ଟିସ୍ୟୁରେ ଆବୃତ୍ତ ହେବ ।

ଏହି ରୋବୋଟିକ୍‌ସ ଓ ଲିଭିଂ ଟିସ୍ୟୁର ସ୍ୱତନ୍ତ୍ର ସାମଞ୍ଜସ୍ୟ ରହିଛି । ଏହି ରୋବୋଟିକ୍‌ ଫିଙ୍ଗରରେ ଲାଗିଥିବା ସେଲ୍ସ ଓ ଅର୍ଗାନିକ ମାଟେରିଆଲ ଏହାକୁ ଆକାର ଓ ଦୃଢ଼ତା ପ୍ରଦାନ କରିବ । ଏହାକୁ ତିଆରି କରିଥିବା ଟିମ୍‌ର କହିବା ହେଲା କି , ଏହି  ସ୍କିନ୍‌ ନିଜକୁ ଠିକ୍‌ କରିପାରିବ । ଏହାର ବ୍ୟବହାର ଟଚ୍‌-କଣ୍ଟ୍ରୋଲ ଓ ସେନ୍ସିଟିଭ୍‌ ଆପ୍ଲିକେଶନ୍ସରେ ବ୍ୟବହାର ହେବ । ଜର୍ନାଲ ମେଟରରେ ପ୍ରକାଶିତ ପେପରେ ଏହା ବିଷୟରେ ବିସ୍ତୃତ ଭାବେ କୁହାଯାଇଛି ।