ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କୁ ଶୁଭେଚ୍ଛା। ପବିତ୍ର ଗୃହର ଗରିମା ଅକ୍ଷୁଣ୍ଣ ରଖିବା ସହ ସାମ୍ବିଧାନିକ ପଦ, ମର୍ଯ୍ୟାଦା ପ୍ରତି ସମ୍ମାନ ରଖି ତାଙ୍କ ଉତ୍ତମ ଗୃହ ପରିଚାଳନା ଗଣତନ୍ତ୍ରକୁ ଆହୁରି ମଜଭୁତ କରିବ।
ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା। ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବା ନେଇ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇଥିଲେ ।
ଏନେଇ ସେ ନାମାଙ୍କନ ଦାଖଲ କରିଥିଲେ । ଏପରିକି ସେ ଜଣେ ମାତ୍ର ପ୍ରାଥି ଭାବେ ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ନିଃଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।
