କୋର୍ଟ ମ୍ୟାରେଜ ପାଇଁ ଗତମାସ 17 ତାରିଖରେ ଆବେଦନ କରିଥିବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କୋର୍ଟକୁ ଆସିଲେନି । ଆବେଦନର ମାସକ ପରେ ଆଜି କଥା ମୁତାବକ ସବରେଜିଷ୍ଟ୍ରୀ ଅଫିସ୍ରେ ପଞ୍ଜୀକରଣ ପାଇଁ ପହଞ୍ଚିଥିଲେ ପ୍ରେମିକା। ତେବେ ଦୀର୍ଘ ସମୟ ଅପେକ୍ଷା କଲା ପରେ ବି ବିଧାୟକ ଆସିନଥିଲେ। ବିଧାୟକ ନଆସିବାରୁ ବାଧ୍ୟ ହୋଇ ତାଙ୍କ ପ୍ରେମିକା ଫେରି ଯାଇଥିଲେ। ଏହି ଆଧାରରେ ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ତାଙ୍କ ପ୍ରେମିକା ଅଭିଯୋଗ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ।
ସୂଚନାନୁସାରେ ଗତମାସ 17 ତାରିଖରେ ଉଭୟ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ । ଆଜି ଆବେଦନର ମାସକ ପରେ ପ୍ରେମିକା ପହଞ୍ଚିଥିଲେ ସବରେଜିଷ୍ଟରଙ୍କ ଅଫିସରେ । ବିଧାୟକ ପ୍ରେମିକଙ୍କୁ ଫୋନ ପରେ ଫୋନ କରିଥିଲେ । କିନ୍ତୁ କିଛି ଉତ୍ତର ମିଳି ନ ଥିଲା ବୋଲି ପ୍ରେମିକା ସୋମାଲିକା କହିଛନ୍ତି । ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ବି ବିଧାୟକଙ୍କ ଦେଖାଦର୍ଶନ ମିଳି ନ ଥିଲା । ବିଧାୟକ କହିଛନ୍ତି, ବିବାହ ପଂଜିକରଣ ଆବେଦନର 90 ଦିନ ଭିତରେ କରାଯାଇପାରିବ । ଆହୁରି 60 ଦିନ ବାକି ରହିଛି । ଆଜି ସବରେଜିଷ୍ଟରଙ୍କ ପାଖକୁ ଯିବା ସଂପର୍କରେ ସେ ଜାଣି ନ ଥିଲେ ।
