Odia News Portal

ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଖରାପ ଖବର

ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଖରାପ ଖବର। କାରଣ ଖୁବ୍ ଶୀଘ୍ର ବଢ଼ିବାକୁ ଯାଉଛି ବିମାନ ଭଡ଼ା। ବିମାନ ଇନ୍ଧନ ବା ଏଭିଏସନ୍ ଟର୍ବାଇନ ଇନ୍ଧନ (ଏଟିଏଫ) ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ଏଟିଏଫ୍ ମୂଲ୍ୟ ବଢ଼ିବା ପରେ ବିମାନ କମ୍ପାନୀଗୁଡିକ ବିମାନ ଭଡ଼ା ବୃଦ୍ଧି ଘଟାଇଛନ୍ତି। ସ୍ପାଇସଜେଟ୍ ଭଳି ବିମାନ କମ୍ପାନୀ ଇତି ମଧ୍ୟରେ ଯାତ୍ରୀ ଭଡ଼ାରେ ୧୫% ବୃଦ୍ଧି ଘଟାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ବିମାନ ଇନ୍ଧନ ମୂଲ୍ୟରେ ଗୋଟିଏ ବର୍ଷରେ ୧୨୦% ବୃଦ୍ଧି ଘଟିବା ଏକ ରେକର୍ଡ। କେବଳ ବିମାନ ଇନ୍ଧନ ମୂଲ୍ୟରେ ବୃଦ୍ଧି ନୁହେଁ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ବିମାନ ଯାତ୍ରାକୁ ମହଙ୍ଗା କରିବାର ଅନ୍ୟ ଏକ କାରଣ। ଏଟିଏଫ୍ ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ଜାରି ରହିଛି। ଜୁନ୍ ୨୦୨୧ଠାରୁ ଏଟିଏଫ୍ ମୂଲ୍ୟରେ ୧୨୦%ରୁ ଅଧିକ ବୃଦ୍ଧି ପାଇଛି। ଇତିମଧ୍ୟରେ ବୃଦ୍ଧି ପରେ ଦିଲ୍ଲୀ, ମୁମ୍ବଇ, ଚେନ୍ନଇ ଏବଂ କୋଲକାତା ଭଳି ମେଟ୍ରୋରେ ଏଟିଏଫ୍ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରଛୁଇଁଛି।