ଏବର୍ଷ ଶେଷ ସୁଦ୍ଧା ରାଜ୍ୟ ତଥା ଦେଶ ବାହାର ଚିଡ଼ିଆଖାନାରୁ ବହୁ ପଶୁପକ୍ଷୀ ନନ୍ଦନକାନନ ଆସିବେ । ଏଭଳି ବନ୍ୟଜନ୍ତୁଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜୀତ କୁମାର।
ତାଙ୍କ କହିବା ଅନୁଯାୟୀ, ଦୁବାଇରୁ ଭୁବନେଶ୍ବର ଆସିବ ଆଫ୍ରିକାନ ଧଳା ସିଂହ। ସାଥୀରେ ଆସିବେ ଚିତା, ଚିମ୍ପାଞ୍ଜି, ରେଡ ନେକ କଙ୍ଗାରୁ,ଆଫ୍ରିକାନ ଗ୍ରେ ଶୁଆ, ବ୍ଲୁ ଏଣ୍ଡ ବୋଲ୍ଡ ମକାଓ। ଦୁବାଇ ସଫାରୀ ଜୁ ପାର୍କରୁ ଏହି ବନ୍ୟଜନ୍ତୁ ନନ୍ଦନକାନନକୁ ଆସିବେ। ଠିକ୍ ସେହିପରି ହାଇଦ୍ରାବାଦରୁ ଧଳା ବାଘ, ଆଫ୍ରିକାନ ସିଂହ, ଗଣ୍ଡା, ଆସାମରୁ ହିମାଲୟନ ଶାଗୁଣା ଓ ଆଇଜଲରୁ ହିମାଲୟନ କଳା ଭାଲୁ, ପିଗ ଟେଲ ମକାଓଙ୍କୁ ଅଣାଯିବ ।
ନନ୍ଦନକାନନରେ ବହୁ ପଶୁପକ୍ଷୀ ଏକା ଥିବାରୁ ସ୍ଥାନାନ୍ତର ପ୍ରକ୍ରିୟାରେ ବନ୍ୟଜନ୍ତୁଙ୍କୁ ମିଳିବ ନୂଆ ସାଥୀ । ସେପଟେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ରେ ମଧ୍ଯ ସହାୟକ ହେବ ।
