Odia News Portal

ସ୍ପାଇସ ଜେଟ୍ ବିମାନରେ ଲାଗିଲା ନିଆଁ

ରବିବାର ବିହାରର ରାଜଧାନୀ ପାଟଣାରେ ଏକ ବିମାନ ଜରୁରୀ ଅବତରଣ କରିଛି। ବିମାନରେ ୧୮୫ ଜଣ ଯାତ୍ରୀ ଥିଲେ। ବିମାନଟି ପାଟନାରୁ ଦିଲ୍ଲୀକୁ ଆସୁଥିଲା।

ଅଧିକାରୀଙ୍କ କହିବାନୁସାରେ, ବିମାନଟି ସ୍ପାଇସ ଜେଟର ଥିଲା | ବିମାନ ଉଡ଼ାଣ ବେଳେ ବିମାନର ଇଞ୍ଜିନରେ କୌଣସି କାରଣରୁ ନିଆଁ ଲାଗିଯିବା ପରେ ବିମାନର ଜରୁରୀ ଅବତରଣ କରାଯାଇଥିଲା |

ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ପାଟଣା ଜିଲ୍ଲା ମାଜିଷ୍ଟ୍ରେଟ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ ବିମାନର ବାମ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା।
ସେ କହିଛନ୍ତି ଯେ ବର୍ତ୍ତମାନ ବିମାନରେ ନିଆଁ ଲାଗିବାର କାରଣ ବୈଷୟିକ ତ୍ରୁଟି ବୋଲି ଜଣାପଡିଛି। ଇଞ୍ଜିନିୟରିଂ ଦଳ ଏହାର ତଦନ୍ତ ଆରମ୍ଭ କରିଛି।