Odia News Portal

ଟ୍ରାକ୍ଟର କୁ ପଛରୁ ପିଟିଲା ମାଲ ବୋଝେଇ ଟ୍ରକ,୨ ମୃତ ୨ ଗୁରୁତର

ନୂଆପଡା ଜାତିୟ ରାଜପଥ ୩୫୩ କୁରୁମପୁରୀ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାକ୍ଟର କୁ ପଛରୁ ପିଟିଲା ମାଲ ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଦୁଇ ମୃତ, ଦୁଇ ଗୁରୁତର । ଘଟଣା ସ୍ଥଳରେ ଜଣକ ଛାତିରେ ପାଇପ ପସି ଯାଇଥିବା ବେଳେ ନୂଆପଡା ଅଗ୍ନିଶମ ବିଭାଗ ପହଞ୍ଚି ପାଇପ କାଟି ଉଦ୍ଧାର କରିଛନ୍ତି ।
ସୂଚନାନୁସାରେ ନୂଆପଡା ଖରଖରା ନାଲା ରୁ କାମସାରି ଫେରୁଥିଲା ଟ୍ରାକ୍ଟର ପଛରୁ ମାଲ ବୋଝେଇ ଟ୍ରକ ପିଟିଲା । ମୃତ ବ୍ୟକ୍ତି ଦ୍ୱୟ ଧୁମାଭଟା ଗ୍ରାମର କୁରକୁରୁ ନିଆଲ ଓ ପଣ୍ଡରାପଥର ଗ୍ରାମର ଭାଗିରଥି ସତନାମି । ଗୁରୁତର ଅବସ୍ଥାରେ ଜଣକୁ ନୂଆପଡା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରା ଯାଇଥିବା ବେଳେ ଅନ୍ୟ ଜଣକୁ ବୁର୍ଲ୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।