ଦେହ ବ୍ୟବସାୟୀ ଓ ସଂପୃକ୍ତ ବ୍ୟବସାୟ ସହିତ ଜଡିତ ଲୋକଙ୍କ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଶୁଣାଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ । ମାଡ୍ରାସ ହାଇକୋର୍ଟ ସୁପ୍ରିମ୍ କୋର୍ଟ ଦେଇଥିବା ରାୟ ଆଧାରରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ପୋଲିସ ସନ୍ଦିଗ୍ଧ ସ୍ଥାନରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ନେବା ବେଳେ ଦେହ ବ୍ୟବସାୟୀ କିମ୍ବା ଏହି ବ୍ୟବସାୟ ସହିତ ଜଡିତ ଲୋକଙ୍କୁ ଗିରଫ କରିପାରିବ ନାହିଁ । ଏହାସହ ସେମାନଙ୍କ ଉପରେ ପୋଲିସ ବି ଜରିମାନା ଲଗାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଏସବୁ ବ୍ୟବସାୟରେ ସଂପୃକ୍ତ ଥିବା ଲୋକଙ୍କ ନାମରେ ମାମଲା ରୁଜୁ ନକରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲା କି ସେ ଦେହ ବ୍ୟବସାୟ ସ୍ଥାନରେ ଥିବା ବେଳେ ତାଙ୍କୁ ପୋଲିସ ଦେଖିଥିଲା । ଏହାପରେ ତାଙ୍କ ଭିଡିଓ ଓ ଫଟୋ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହୋଇଥିବାରୁ ସେ ନିଜର ଆତ୍ମ ସମ୍ମାନ ହରାଇଥିବା ନେଇ କୋର୍ଟରେ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ସତୀଶ କୁମାର କହିଥିଲେ କି ମାସାଜ ପାର୍ଲର ନାମରେ ଏଭଳି ଧନ୍ଦା ଚଳାଇବା ବେଆଇନ ହେଲେ ମାସାଜ ପାର୍ଲରର ମାଲିକ ଅନ୍ୟ କେହି ଥିଲେ ।
ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି, ବ୍ୟବସାୟ ଜଣେ ଚଳାଉଥିବା ବେଳେ ଏହି ବ୍ୟବସାୟ କରୁଥିବା ବା ଗ୍ରାହକ ଭାବେ ସେଠାକୁ ଯାଇଥିବା ଲୋକଙ୍କୁ ପୋଲିସ ଫଶାଇ ପାରିବ ନାହିଁ । ଜଷ୍ଟିସ କହିଥିଲେ କି ସଂପୃକ୍ତ ବ୍ୟକ୍ତି ଜଣଙ୍କ ଅଭିଯୋଗକାରୀଙ୍କ ଉପରେ କୌଣସି ଯୌନକର୍ମୀ ଜୋର ଜବରଦସ୍ତ କାମରେ ଲଗାଇବା ନେଇ ଅଭିଯୋଗ ହୋଇନାହିଁ ତେଣୁ ତାଙ୍କୁ ଆଇନଗତ ଭାବେ ଦଣ୍ଡିତ କରାଯାଇ ପାରିବ ନାହିଁ ।
