Odia News Portal

ଅଗ୍ନିପଥ ଯୋଜନା:ଜୁଲାଇରୁ ଆରମ୍ଭ ହେବ ନୂତନ ନିଯୁକ୍ତି ପଞ୍ଜୀକରଣ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ, ସେନାବାହିନୀରେ ନୂତନ ନିଯୁକ୍ତି ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରାଯାଇଛି। ନୂତନ ନିଯୁକ୍ତି ପାଇଁ ପଞ୍ଜୀକରଣ ଜୁଲାଇରୁ ଆରମ୍ଭ ହେବ।

ଏହି ନିଯୁକ୍ତି ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ବାଧ୍ୟତାମୂଳକ ଭାବରେ ଅନଲାଇନ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ସେନାର JOININDIANARMY.NIC.IN ର ଅଫିସିଆଲ ୱେବସାଇଟ ପରିଦର୍ଶନ କରି ଆବେଦନ କରିବାକୁ ସମର୍ଥ ହେବେ।

ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୨୦୨୨ରୁ ଆରମ୍ଭ ହେବ।
ସ୍ଥଳ ସେନାରେ ୬ଟି ବିଭିନ୍ନ ବର୍ଗର ଅଗ୍ନିବୀର ନିଯୁକ୍ତ ହେବେ। ଏହି ବର୍ଗଗୁଡ଼ିକ ହେଉଛି- ୧. ଜେନେରାଲ ଡ୍ୟୁଟି, ୨-ଟେକ୍ନିକାଲ, 3-ଟେକ୍ନିକାଲ(ଆଭିଏସନ/ଆମ୍ମୁନିସନ ପରୀକ୍ଷକ), ୪-କ୍ଲର୍କ/ଷ୍ଟୋରକିପର, ୫-ଟ୍ରେଡସମ୍ୟାନ ଟେକ୍ନିକାଲ-ଦଶମ ପାସ, ୬-ଟ୍ରେଡ୍ସମ୍ୟାନ ଜେନେରାଲ (ଅଷ୍ଟମ ପାସ)

ନିଯୁକ୍ତି ପ୍ରକ୍ରିୟା ତିନୋଟି ପର୍ଯ୍ୟାୟରେ ହେବ

-ଫିଜିକାଲ ପରୀକ୍ଷା
-ମେଡିକାଲ ପରୀକ୍ଷା
-ଲିଖିତ ପରୀକ୍ଷା

ଭାରତୀୟ ସେନା ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଅଗ୍ନିବୀର ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ପ୍ରଥମ ବର୍ଷରେ ୩୦,୦୦୦ ଟଙ୍କା, ଦ୍ୱିତୀୟ ବର୍ଷରେ ୩୬,୦୦୦, ତୃତୀୟ ବର୍ଷରେ ୩୬,୫୦୦ ଏବଂ ଚତୁର୍ଥ ବର୍ଷରେ ୪୦,୦୦୦ ଟଙ୍କା ପ୍ରଦାନ କରାଯିବ।