Odia News Portal

ଥରିଲା ଆଫଗାନିସ୍ତାନ:୩୦୦ ମୃତ

ବୁଧବାର ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୧ ଥିବା ସୂଚନା ମିଳିଛି। ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭୂକମ୍ପ ଫଳରେ 300ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ ଆଗକୁ ଆହୁରି ମୃତ୍ୟୁ ହେବା ନେଇ ଆଶଙ୍କା କରାଯାଉଛି। ଦକ୍ଷିଣପୂର୍ବ ଆଫଗାନିସ୍ତାନର ଖୋଷ୍ଟ ସହରରୁ ୪୪ କିମି ଦୂରରେ ଏହି ଭୂକମ୍ପ ହୋଇଛି। ଏହାର ଗଭୀରତା ୫୧କିମି ଏବଂ ଅକ୍ଷାଂଶ ୩୨.୯୪ ରହିଥିବାବେଳେ ଦ୍ରାଘିମା ୬୯.୫୬ ରହିଥିଲା । ରିପୋର୍ଟ ଅନୁଯାୟୀ, ଲାହୋର, ମୁଲତାନ, କ୍ୱେଟା ଏବଂ ପାକିସ୍ତାନର ଅନ୍ୟାନ୍ୟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି ।