Odia News Portal

ସାମ୍ନାକୁ ଆସିଛି ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଛି।ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ରଶ୍ମିରେଖାଙ୍କ ଶରୀରରେ ବାହ୍ୟ ବା ଆଭ୍ୟନ୍ତରୀଣ ଆଘାତ ନଥିବା ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୨୪ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ଘଟିଥିବା ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ସ୍ପଷ୍ଟ । ବେକରେ ଦଉଡ଼ି ଦେଇଥିବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ସେପଟେ ସନ୍ତୋଷ ଓ ରଶ୍ମିଙ୍କ ପୂର୍ବତନ ପ୍ରେମିକ ରାଜାକୁ ପଚରାଉଚରା କରିବ ପୋଲିସ । ମୋବାଇଲ ଡିଟେଲ୍ସ ସହ ଫେସବୁକ, ହ୍ବାଟ୍ସଆପରେ ରଶ୍ମିରେଖାଙ୍କ ବାବଦରେ ତଥ୍ୟ ମାଗିଛି ପୋଲିସ । ଆତ୍ମହତ୍ୟାର ୫ ଦିନ ପୂର୍ବରୁ ମଧ୍ୟ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ରଶ୍ମି । କାହିଁକି କେଉଁ କଥାକୁ ନେଇ ରଶ୍ମି ମାନସିକ ଚାପରେ ଥିଲେ କି । ଅନେକ କିଛି ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଅନ୍ୟପଟେ ରଶ୍ମିରେଖାଙ୍କ ପରିବାର ସନ୍ତୋଷ ହତ୍ୟା କରିଥିବା ନେଇ ଅଭିଯୋଗ କରୁଥିବା ବେଳେ ସୁଇସାଇଡ ନୋଟରେ କ୍ଳିନଚିଟ୍ ଦେଇଛନ୍ତି ରଶ୍ମିରେଖା । ଆତ୍ମହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ ଥିବା ଚର୍ଚ୍ଚା ହେଉଛି ।