Odia News Portal

ଚକ୍ଷୁଦାନ କଲେ ରାଇମୋହନ

ମୃତ୍ୟୁ ପରେ ବି ଦେଖିବେ ଦୁନିଆ  । ସିନେମାରେ ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ । ଯେଉଁ ଆଖିକୁ ଦେଖି ଦିନେ ଦର୍ଶକ ଭୟରେ ଥରୁଥିଲେ। ଆଜି ସେଇ ଆଖି ମୃତ୍ୟୁ ପରେ ବି ଜୀବିତ ରହିବ । କାହିଁକି ମୃତ୍ୟୁ ପରେ ରାଇମୋହନଙ୍କ ଚକ୍ଷୁକୁ ହସ୍ପିଟାଲକୁ ଦାନ କରିଛନ୍ତି ତାଙ୍କ ପରିବାର ଲୋକ । ଶୁକ୍ରବାର ମଧ୍ୟାହ୍ନରେ ରାଇମୋହନ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ।

ସେଠାରେ ତାଙ୍କ ପରିବାର ଲୋକଙ୍କୁ ବୁଝାଇବା ପରେ ସେମାନେ ରାଇମୋହନଙ୍କ ଚକ୍ଷୁଦାନ କରିଛନ୍ତି । ସେପଟେ ରାଇମୋହନ ଚକ୍ଷୁଦାନ କରିଥିବାବେଳେ ତାଙ୍କ ବଡ ଝିଅଙ୍କୁ ଏନେଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି  । ରାଇମୋହନ ନିଜର ଦୁଇଟି ଯାକ ଆଖି ଅନ୍ୟ ପାଇଁ ପ୍ରଦାନ କରିଛନ୍ତି  । ମୃତ୍ୟୁ ପରେ ସେ ଅମର ହୋଇ ରହିଯିବେ  । ଅନ୍ୟ ଆଖିରେ ଦୁନିଆ ଦେଖିବି  । ପରିବାରର ଏପରି ନିଷ୍ପତ୍ତିକୁ ସମଗ୍ର ଓଡିଶାରେ ପ୍ର୍‌ଶଂସା କରାଯାଉଛି  ।