Odia News Portal

ଗଙ୍ଗାନଦୀ କୂଳରେ ଭାସୁଛି ପଥର

ପଶ୍ଚିମବଙ୍ଗର ହୁଗଲୀ ଜିଲ୍ଲାରେ ଶ୍ରୀରାମପୁରର ଗଙ୍ଗା ଘାଟରେ ଦେଖିବାକୁ ମିଳିଛି ଏପରି ୨ଟି ଅଦ୍ଭୁତ ଭାସମାନ ପଥର । ପ୍ରତ୍ୟେକ୍ଷଦର୍ଶୀଙ୍କ ମତରେ ସେହି ପଥରରେ ଶ୍ରୀରାମ ଲେଖାଥିବା ସେମାନେ ଦେଖିଛନ୍ତି । ଯେତେବେଳେ ଏହି ପଥରକୁ ହାତରେ ଉଠାଇ ଦେଖିଲେ, ତାହା ୬ରୁ ୭ କିଲୋ ଓଜନ ବିଶିଷ୍ଟ ହୋଇଥିବା ଅନୁମାନ କରିଥିଲେ ।  ପଥରଟି ଚିକ୍କଣ କଳା ରଙ୍ଗର ଥିଲା । ଏହାକୁ ଦେଖିବାକୁ ଗଙ୍ଗା ଘାଟରେ ପ୍ରବଳ ମାତ୍ରାରେ ସ୍ଥାନୀୟ ଲୋକଙ୍କର ଭିଡ଼ ଲାଗିଗଲା । ଏହା ପରେ ଏହି ପଥରକୁ ଗଙ୍ଗାରେ ଭସାଇ ଦେଇଥିଲେ ।

ସ୍ଥାନୀୟ ଲୋକଙ୍କ ମତରେ ରାମାୟଣ କାଳରେ ଶ୍ରୀରାମଙ୍କ ଦ୍ବାରା ପଥରରେ ତିଆରି ସେତୁ ବିଷୟରେ ଶୁଣିଥିଲେ, କିନ୍ତୁ ସେମାନେ ବାସ୍ତବରେ ଏପରି ପଥର ଦେଖିବାକୁ ପାଇଲେ ଏହା ପାଣି ଉପରେ ଭାସୁଥିଲା  । ଏହି ବିଷୟରେ ବୈଜ୍ଞାନିକତଥ୍ୟ  ଦେବାକୁ ଯାଇ ପଶ୍ଚିମବଙ୍ଗର ଜଣେ ବୈଜ୍ଞାନିକ  କହିଛନ୍ତି ଯେ, ଯଦି ପଥରର ଘନତ୍ବ ପାଣିର ଘନତ୍ବ ଠାରୁ ଅଧିକ ଥାଏ , ତେବେ ପଥର ପାଣିରେ ଭାସିଥାଏ । ଏହାଛଡ଼ା ଯଦି କିଛି ପୂଜା ପାଠ ସମୟରେ ଥର୍ମୋକଲରେ ସିମେଣ୍ଟର ଆବରଣ ପ୍ରୟୋଗ କରି ଏପରି ଏକ ବସ୍ତୁ ନଦୀରେ ଭସାଇ ଦିଆଯାଇଥିବ ତେବେ ସେହି ବସ୍ତୁର ଭିତର ଅଂଶ ହାଲୁକା ଥିବା ହେତୁ ଏହା ପାଣିରେ ଭାସିବ ।