ନବଜାତକର ଜୀବନ ବଞ୍ଚାଇ ରାଜ୍ୟବାସୀଙ୍କ ହୃଦୟ ଜିତିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ମୃତ୍ୟୁ ସହ ଲଢୁଥିଲା ନୟାଗଡ ଖଣ୍ଡପଡା ଅଂଚଳର ଅସହାୟ ଗରିବ ପୁରୁଷୋତ୍ତମ ମହାପାତ୍ରଙ୍କ ୨ ଦିନର ଶିଶୁ । ଜନ୍ମର ଦିନକ ପରେ ତାକୁ ନିଶ୍ୱାସ ନେଵା ରେ କଷ୍ଟ ହେଉଥିଲା । ଦେହ ନୀଳ ପଡିଯାଇଥିଲା । ଡ଼କ୍ଟର ଶିଶୁକୁ କୌଣସି ବଡ଼ ମେଡିକାଲ ନେଈ ଭେଣ୍ଟିଲେଟରରେ ରଖିବାକୁ ପରାମର୍ଶ ଦେଇଥିଲେ କଟକର ଏକ ଘରୋଇ ନର୍ସିଙ୍ଗ ହୋମ ଡାକ୍ତର ।
ହେଲେ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ଗରିବ ପରିବାର ଶିଶୁଟିର ଚିକତ୍ସା କରିବାକୁ ସମର୍ଥ ନଥିଲେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ନିର୍ଦ୍ଦେଶ ଦେଇ ଜଣେ ନିରିହ ଜୀବନ ବଞ୍ଚାଇଛନ୍ତି। ଦୁବାଇରେ ଅନୁଷ୍ଠିତ ହେଉଥିବା ଇନଭେଷ୍ଟର ମିଟ୍ କାର୍ୟ୍ୟକ୍ରମରେ ଯୋଗ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନ ବିଦେଶ ଗସ୍ତରେ ଅଛନ୍ତି।
କାର୍ୟ୍ୟକ୍ରମର ବ୍ୟସ୍ତତା ମଧ୍ୟରେ ବି ଏହି ଖବର ଶୁଣି ସଙ୍ଗେ ସଙ୍ଗେ ଶିଶୁଟିର ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି 5T ସଚିବ । ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର ଓ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ସହଯୋଗରେ ଉକ୍ତ ଶିଶୁକୁ ଆମ୍ବୁଲାନ୍ସରେ ଆଣି କିମ୍ସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଶିଶୁଟିର ଚିକିତ୍ସା କରୁଛନ୍ତି, ଆଉ ଏସବୁ ଖର୍ଚ୍ଚ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଉଛି।
Sign in
Sign in
Recover your password.
A password will be e-mailed to you.
