Odia News Portal

୩ ଛୁଆଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କଲା ମା’

ମଧ୍ୟପ୍ରଦେଶର ଟିକାମଗଡ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୁହାରା ଗାଁର ଜଣେ ମହିଳା ନିଜର ୩ ନିରୀହ ପିଲାଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ପାରିବାରିକ ବିବାଦ କାରଣରୁ ଏହି ଘଟଣା ଘଟିଛି। ପୋଲିସ କୂଅ ଭିତରୁ ୪ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ଭୋର୍ ୪ଟା ବେଳେ ୯ ମାସର କୁନି ଝିଅର ମୃତଦେହ ପ୍ରଥମେ କୂଅରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ଆଉ ୩ ମୃତଦେହ ପାଣିରେ ଭାସିଥିଲା। ପରିବାର ସଦସ୍ୟ ଏ ନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ସୂଚନା ମୁତାବକ, ଗାଁର ରାମଦେବୀ  ଗତ ମଙ୍ଗଳବାର ରାତିରୁ ୩ ଝିଅଙ୍କ ସହ ନିଖୋଜ ହୋଇ ଯାଇଥିଲେ। ଯେତେବେଳେ ସ୍ୱାମୀ ଓ ଶ୍ୱଶୁର ରାତି ଘରକୁ ଫେରିଥିଲେ, ସେତେବେଳେ ରାମଦେବୀ ଓ ତାଙ୍କର ୩ ଝିଅ ଘରେ ନ ଥିଲେ। ସେହି ସମୟରେ ସେମାନଙ୍କୁ ଖୋଜାଖୋଜି କରାଯାଇଥିଲା। ପରିବାର ଲୋକେ ରାତିସାରା ସେମାନଙ୍କୁ ଖୋଜିଥିଲେ।