ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ କଲା ବିଏମସି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସର୍ବସାଧାରଣ ରେ ମାସ୍କ ପରିଧାନ ବାଧ୍ୟତାମୂଳକ । ବାହାରେ ଛେପ ପକାଇବା ମନା , ନିୟମିତ ହାତ ଧୋଇବାକୁ ପରାମର୍ଶ । କରୋନା ସଂକ୍ରମଣ ବଢିବାରୁ କଟକଣା ଲଗାଇଲା ବିଏମସି ।
ରାଜ୍ୟରେ ଧୀରେ ଧୀରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୫ କରୋନା ପଜିଟିଭ୍ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସରେ ୧୬ ଜଣ ସଂକ୍ରମିତ ରହିଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୭୫୭ ଜଣକୁ ବୃଦ୍ଧି ପାଇଛି ।
