ଭଦ୍ରକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସାରଦା ପ୍ରସାଦ ରାୟଙ୍କୁ ଶ୍ରଦ୍ଧାଞ୍ଜଳି l ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆରୁହା ପଂଚାୟତ ତୁଳମତୁଳା ଗ୍ରାମର ସ୍ୱାଧିନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କ ଦେହାନ୍ତ ବେଳକୁ ତାଙ୍କୁ ୯୯ବର୍ଷ ହୋଇଥିଲା l ସୂଚନାନୁସାରେ ସ୍ୱର୍ଗତ ରାୟ ଗତବର୍ଷ କ୍ରାନ୍ତି ଦିବସରେ ମହାମହିମ ରାଷ୍ଟ୍ରପତି ଜିଲ୍ଲାପାଳଙ୍କ ମାଧ୍ଯମରେ ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ସମ୍ମାନିତ ହୋଇଥିଲେ। ଶ୍ରୀ ରାୟ ୧୯୨୬ ମସିହା ଜନ୍ମ ଗ୍ରହଣ କରିଥିଲେ। ଯେତେବେଳେ ତାଙ୍କୁ ୧୫ବର୍ଷ ବୟସ ହୋଇଥିଲା ସେତେବେଳେ ସେ ମହାତ୍ମାଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ଭାରତ ଛାଡ ଅନ୍ଦୋଳନରେ ସାମିଲ ହୋଇଥିଲେ। ସେଇ ସମୟ ମଧ୍ଯରେ ବ୍ରିଟିଶ ମାନଙ୍କ ହାତରେ ଧରାପଡି ଜେଲ ଯାଇଥିଲେ। ପୁଣି ଜେଲରୁ ଆସିବା ପରେ ଘରୁ ଲୁଚି ପଳାଇଯାଇ ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇରମ ମେଳଣ ପଡିଆରେ ବ୍ରିଟିଶ ମାନଙ୍କ ବିରୋଦ୍ଧରେ ଚାଲିଥିବା ଆନ୍ଦୋଳନରେ ଯୋଗ ଦେଇଥିଲେ। ବ୍ରିଟିଶ ମାନଙ୍କ ଗୁଳିରୁ ଅଳ୍ପକେ ବର୍ତିଯାଇ ଶ୍ରୀ ରାୟ ପୁଣି ଧରାପଡି ପ୍ରଥମେ ବାଲେଶ୍ୱର ଓ ପରେ ବିହାର ଜେଲରେ ଦୀର୍ଘ ଦେଢ ବର୍ଷ କାଳ ଦଣ୍ଡ ଭୋଗିଥିଲେ। ତେବେ ଦେଶ ସ୍ୱାଧିନ ପରେ ଶ୍ରୀ ରାୟ ସଂଗ୍ରାମ ଜୀବନରୁ ଶିକ୍ଷକତା ଜୀବନକୁ ମନ ବଳାଇ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଯାଗାରେ ଶିକ୍ଷାଦାନ କରିଥିଲେ।
