Odia News Portal

ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବିଜେବି କଲେଜ ଛାତ୍ରୀ ନିବାସରୁ ମିଳିଲା ଝୁଲନ୍ତା ମୃତଦେହ । ମୃତକ ଯୁକ୍ତ ୩ ପ୍ରତମ ବର୍ଷର କଳା ଛାତ୍ରୀ ହୋଇଥିବା ସୂଚନା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆତ୍ମହତ୍ୟା କରିଥିବା ଆଲୋଚନା । ଘଟଣାସ୍ଥଳରେ ବରଗଡ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ମିଳିଥିବା ଅନୁସାରେ ଛାତ୍ରୀ ଜଣଙ୍କ ନାମ ରୁଚିକା ମହାନ୍ତି। ସେ ଯୁକ୍ତ ୩ କଳାର ଇତିହାସ ବିଭାଗର ପ୍ରଥମ ବର୍ଷରେ ପାଠ ପଢୁଥିଲେ। ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ ରୁଚିକା। ଏଣୁ ସେ ପାଠ ପଢାରେ ସମୟ ଦେବା ସହ ହଷ୍ଟେଲର ଅନ୍ୟ ଅନ୍ତେବାସୀଙ୍କ ସହ ଏତେ ମିଳାମିଶା କରୁନଥିଲେ। ଆଜି ସକାଳୁ କ୍ଲାସ କରିବାକୁ ନଯାଇ ସାଙ୍ଗ ରହୁଥିବା ୨୦୧ ରୁମ୍ ରେ ଏକାକୀ ରହିଥିଲେ। ତେବେ ଛାତ୍ରୀ କାହିଁକି ସୁଇସାଇଡ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।