Odia News Portal

ଅର୍ଦ୍ଧେନ୍ଦୁ ଦାସ ଙ୍କ ଗିରଫ ପ୍ରତିବାଦ କଲା ଧର୍ମଗଡ଼ କଂଗ୍ରେସ

ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଇ ଓ ଡୱଲୁ ଗିରଫ କରିବା ଘଟଣା କୁ ବିରୋଧ କରି ଆଜି ଧର୍ମଗଡ଼ ଚରିଛକ ଠାରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ବିକ୍ଷୋଭ ପ୍ରତିବାଦ କରିଛି।

ଗଣମାଧ୍ୟମର ଜଣେ ପ୍ରତିଷ୍ଠିତ ସମ୍ପାଦକ ଙ୍କୁ ଏକ କୁଖ୍ୟାତ ଅପରାଧୀ ଭଳି ଗିରଫ କରିବା ନିଶ୍ଚିତ ଭାବେ ନିନ୍ଦନୀୟ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।ଲୋକଙ୍କ ଠାରୁ ଭିକ ମାଗି ଲୋକଙ୍କ ସ୍ବାର୍ଥ ପାଇଁ ଖବର ପରିବେଷଣ କରୁଥିବା ଏକ ଦାୟିତ୍ଵ ବାନ ସାମ୍ୱାଦିକ ଙ୍କ ସ୍ୱରକୁ ଦବାଇ ଦେବା ପାଇଁ ତାଙ୍କୁ ଗିରଫ କରି ଜେଲ ପଠାଇବା ଏକ ଷଡ଼ଯନ୍ତ୍ର ଭିନ୍ନ କିଛି ନୁହଁ ,ତାଙ୍କୁ ତୁରନ୍ତ ନିସର୍ତ୍ତ ଖଲାସ କରାଯାଉ ନ ହେଲେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଉକ୍ତ ନିର୍ବାଚନ ମଣ୍ଡଳୀ ସଭାପତି ଦକେଶ୍ୱର ଲହଜଲ୍, ପିସିସି ସଭ୍ୟ ଦିଗମ୍ବର ଦୁରିଆ, ସନ୍ତୋଷ ପାଢ଼ୀ, ଲିଙ୍ଗରାଜ ବେହେରା ,ରତନ ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି ।