ଅହମଦାବାଦ: ପୂର୍ବତନ ବିଜେପି ବିଧାୟକ ଜୟନ୍ତୀଲାଲ ଭାନୁଶାଳୀଙ୍କୁ ସୋମବାର କେହି ଜଣେ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛି । ରିପୋର୍ଟ ଅନୁସାରେ ଗତ ରାତିରେ ଜୟନ୍ତୀଲାଲ ଭାନୁଶାଳୀ ସାୟଜୀ ନଗରୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ । କଟିଆରା ଠାରୁ ସରବାରୀ ଷ୍ଟେସନ ମଧ୍ୟରେ ଜୟନ୍ତୀଲାଲ ବସିଥିବା ବଗିକୁ କେହି ଜଣେ ଦୁର୍ବୃତ୍ତ ପଶିଆସ ଅଚାନକ ଗୁଳି କରି ଫେରାର ହୋଇଯାଇଥିଲା । ଜିଆରପି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଗୁଜୁରାଟ ବିଜେପି ଶାଖାର ପୂର୍ବତନ ସଭାପତି ଜୟନ୍ତୀଲାଲ ଭାନୁଶାଳୀ ଏକ ମାମଲାରେ ଛନ୍ଦି ହେବା ପରେ ଗତ ବର୍ଷ ଜୁଲାଇରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଜୟନ୍ତୀଲାଲ ଅବଡାସ ବିଧାନସଭା ଆସନରୁ ୨୦୦୭ରୁ ୨୦୧୨ ବିଧାୟକ ଥିଲେ ।
