Odia News Portal

କାଇ ଚଟଣିକୁ ଜିଆଇ ଟ୍ୟାଗ୍ ପାଇଁ ପ୍ରୟାସ

କେନ୍ଦ୍ର କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ଦ୍ୱାରା ଏଥିପାଇଁ ଆନୁସଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଉଛି । ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ମୟୂରଭଞ୍ଜ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ କାଇ ଚଟଣିକୁ ଜିଆଇ ଟ୍ୟାଗ୍ ପାଇଁ ପ୍ରୟାସ ।

କୃଷି ବିକାଶ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଦୀପକ ମହାନ୍ତି କହିଛନ୍ତି ଜ୍ୱର, ଥଣ୍ଡା, ହୁପିଙ୍ଗ କାଶ, ଭୋକ ବୃଦ୍ଧି, ଦୃଷ୍ଟିଶକ୍ତି ବୃଦ୍ଧି, ଆଣ୍ଠୁଗଣ୍ଠି ବଥା ଦୂର କରିବା ଓ ସୁସ୍ଥ ମସ୍ତିଷ୍କ ପାଇଁ କାଇ ଚଟଣି ବେଶ ଉପଯୋଗୀ । ମୟୂରଭଞ୍ଜ ଆଦିବାସୀ ମାନେ ଲାର୍ଭା ଓ କିଶୋରବସ୍ଥାରେ ଥିବା ନାଲି ଜନ୍ଦାଙ୍କୁ ଚଟଣି କରିଥାନ୍ତି । ଏଥିରେ ସ୍ୱାଦ ଅନୁସାରେ ଲୁଣ, ଅଦା, ଲଙ୍କା ଦେଇ ଚଟଣି ପ୍ରସ୍ତୁତ ହୋଇଥାଏ ।