Odia News Portal

ଆଜି ମାଟ୍ରିକ ପରୀକ୍ଷା ଫଳ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଏଥିସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ଆଜି ଦିନ ୧ଟାରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ପୁସ୍ତିକା ଜାରି କରିବେ । ଆଜି ଦିନ ୨ଟାରେ ପରୀକ୍ଷାଫଳ www.bseodisha.ac.in ଓ www.bseodisha.nic.in ରେ ଉପଲବ୍‌ଧ ହେବ। ଇଣ୍ଟରନେଟ୍ ସଂଯୋଗ ନ ଥିବା ଅଞ୍ଚଳରେ ଏସ୍‌ଏମ୍ଏସ୍ ଜରିଆରେ ଫଳାଫଳ ଜାଣିହେବ। ପରୀକ୍ଷାର୍ଥୀମାନେ OR10<Roll No> ଲେଖି 5676750 ନମ୍ବରକୁ ମେସେଜ୍ କଲେ, ଏସ୍ଏମ୍ଏସ୍‌ ଜରିଆରେ ପରୀକ୍ଷାଫଳ ଜାଣିପାରି‌ବେ।

ଗତବର୍ଷ କରୋନା କାରଣରୁ ମାଟ୍ରିକ ପରୀକ୍ଷା କରିବା ସମ୍ଭବ ହୋଇ ନଥିଲା। ଏଥିପାଇଁ ଗତବର୍ଷ ବୋର୍ଡ କର୍ତ୍ତୃପକ୍ଷ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରି ମାଟ୍ରିକ ପରୀକ୍ଷାଫଳ ପ୍ରକାଶ କରିଥିଲେ। ଚଳିତବ‌ର୍ଷ ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅଫ୍‌ଲାଇନ୍‌ ମୋଡ୍‌ରେ ହୋଇଛି ।