ବିଜେବି କଲେଜରେ ପୁଣି ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଯୁକ୍ତ ୨ ଦ୍ୱିତୀୟ ବର୍ଷ କମର୍ସ ବିଭାଗର ଜଣେ ଛାତ୍ରଙ୍କ ଅଭିଯୋଗ । ସହପାଠୀ ମାଡ ମାରିବା ସହ ବାଇକ ଛଡାଇ ନେଇଥିବା ଅଭିଯୋଗ । ବରଗଡ ଥାନାରେ ଲିଖିତ ଅଭିଯୋଗ କଲେ ସମ୍ପୃକ୍ତ ଛାତ୍ର । ରାଗିଂ ଅଭିଯୋଗ ନେଇ କଲେଜ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିନି ।
ସେପଟେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତି ଙ୍କ ମୃତ୍ୟୁ କୁ ୫ ଦିନ ବିତି ଯାଇଥିବା ବେଳେ ଅଭିଯୁକ୍ତ ଙ୍କୁ ଏଯାଏଁ ଧରି ପାରିନି ପୋଲିସ । ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ନେଇ ନିଜ ସୁଇସାଇଡ ନୋଟରେ ଉଲ୍ଲେଖ କରିଥିବ ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ପାରିନି । ଏହି ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଥରେ ବିଜେବି କଲେଜ ର ଜଣେ ଛାତ୍ର ରାଗିଂ ଶିକାର ହୋଇଥିବା ଅଭିଯୋଗ ହୋଇଛି ।
