Odia News Portal

ଖାଇବା ତେଲର ଏମ୍‌ଆର୍‌ପି କମିବ ୧୫ ଟଙ୍କା

ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଗତ ୬ ତାରିଖରେ ହୋଇଥିବା ଏକ ବୈଠକରେ ପ୍ରମୁଖ ଖାଇବା ତେଲ ସଂଘଗୁଡ଼ିକୁ ତତ୍କାଳ ଦର କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଆହୁରି ମଧ୍ୟ ପରାମର୍ଶ ଦେଇଛି ଯେ, ଉତ୍ପାଦନକାରୀ ଏବଂ ବିଶୋଧନକାରୀଙ୍କ ଦ୍ୱାରା ବିତରକଙ୍କୁ ଯେଉଁ ଦରରେ ଖାଇବା ତେଲ ଯୋଗାଯାଉଛି ତାହା ମଧ୍ୟ କମିବା ଦରକାର । ଏହା ହେଲେ ହିଁ ଦର ହ୍ରାସର ସୁଫଳ ଖାଉଟିଙ୍କୁ ମିଳିବ । ତେବେ ଉତ୍ପାଦନକାରୀ ଏବଂ ବିଶୋଧନକାରୀଙ୍କ ଦ୍ୱାରା ବିତରକଙ୍କୁ କମ୍ ମୂଲ୍ୟରେ ଖାଇବା ତେଲ ଯୋଗାଯାଉଥିଲେ ଏହାର ଲାଭ ଖାଉଟିଙ୍କୁ ନିଶ୍ଚିତ ଭାବେ ହସ୍ତାନ୍ତର କରାଯିବା ଉଚିତ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।