ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ଏପର୍ଯ୍ୟନ୍ତ ୩ ସିନିୟର ଚିହ୍ନଟ ହୋଇ ନାହାନ୍ତି । ଏ ନେଇ ପଚରା ଉଚରା ଚାଲିଛି । ଯେ କୈାଣସି ସ୍ଥାନରେ ଧାରଣା ଦିଆଯାଇପାରିବ ନାହିଁ । ଆମେ ତାଙ୍କୁ ଲୋୟର ପିଏମଜି ଧାରଣା ସ୍ଥଳରେ ଛାଡି ଦେଇଛୁ । କଲେଜ ପ୍ରିନ୍ସିପାଲ ବାତାବରଣ ନଷ୍ଟ ହେଉଛି ବୋଲି ଲେଖି ଜଣାଇଛନ୍ତି ।
ମୃତ ରୁଚିକାଙ୍କ ମାଆଙ୍କୁ ଉଠାଇନେଇଛି ପୋଲିସ । ନ୍ୟାୟ ଦାବିରେ ଧାରଣା ଦେଇଥିବା ବେଳେ ପୋଲିସ ଉଠାଇ ନେଇଥିବା ଜଣାପଡିଛି । ଅନ୍ୟ ସଙ୍ଗଠନର ସଦସ୍ୟଙ୍କୁ ମଧ୍ୟ ପୋଲିସ ଉଠାଇନେଇଛି । ତେବେ ରୁଚିକାଙ୍କ ମାଅଙ୍କୁ ରାସ୍ତାରୁ ଘୋଷାଡ଼ି ଘୋଷଣା ନେଇଛି ପୋଲିସ । ସକାଳେ ପୋଲିସ ଧାରଣାସ୍ଥଳରେ ଟେଣ୍ଟ ଭାଙ୍ଗି ଦେଇଥିଲା । ଆଜି କଲେଜ ସାମ୍ନାରେ ଝିଅର ଦଶାହ ପାଳିବେ ବୋଲି କହିଥିଲେ ରୁଚିକାଙ୍କ ମାଆ । ଏହା ସହ ପୋଲିସ ଜବରଦସ୍ତ ନେଉଯାଉଥିବା ବେଳେ ରୁଚିକାଙ୍କ ମାଆ କହିଛନ୍ତି ଯେ, ‘ନ୍ୟାୟ ମିଳୁନି, ପୋଲିସ ଗୁଣ୍ଡାରାଜ କରୁଛି ।
