କଟକ ସୁତାହାଟ ଅଞ୍ଚଳରେ ଅଗ୍ନିକାଣ୍ଡ । ଏକ ଦୁଇ ମହଲା ଘରର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ । ଜଣେ ଯୁବତୀ ମୃତ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି। ନିକଟସ୍ଥ ଦମକଳ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ବ୍ୟାପି ଯାଇଥିଲା। ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିଲେ। ବାପା ମା’ ବାହାରକୁ କୌଣସି କାମରେ ଯାଇଥିଲେ ।
