Odia News Portal

ଅଧିକ ଟିକା ପାଇଁ କେନ୍ଦ୍ରକୁ କୁହାଯାଇଥିବା ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ରାଜ୍ୟରେ ୧୮ରୁ ୫୯ ବର୍ଷ ବୟସ୍କଙ୍କ ପାଇଁ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ ନିରୋଧୀ ପ୍ରିକସନ ବା ବୁଷ୍ଟର ଡୋଜ ଟିକାକରଣ। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଆଜି ୨୩୨୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି। କେବଳ ରାଜଧାନୀ ଭୁବନେଶ୍ବରରେ ୧୯ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି। ଏହା ୭୫ ଦିନ ଚାଲିବ। ୨ କୋଟି ୬୫ ଲକ୍ଷ ଲୋକଙ୍କୁ ପ୍ରିକ୍ସନ ବୁଷ୍ଟର ଡୋଜ ଦିଆଯିବ। ପରେ ଆବଶ୍ୟକ ଅନୁଯାୟୀ ରାଜ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ାଯିବ ବଢ଼ାଯିବ। ଏବେ ୧୩ ଲକ୍ଷ ଡୋଜ୍ ଟିକା ରହିଛି ବୋଲି ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। କେନ୍ଦ୍ରସ୍ବାସ୍ଥ୍ୟ ବିଭାଗକୁ ଅଧିକ ଟିକା ଦେବା ଲାଗି ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି।