ମାସ୍କ ନପିନ୍ଧିଲେ,ସାମଗ୍ରୀ ମନା
ମାସ୍କ ନଥିଲେ ସବୁ ସାମଗ୍ରୀ ମିଳିବ ନାହିଁ । ଭୁବନେଶ୍ୱର ମହାନଗର ନିଗମର କଡା ନିର୍ଦ୍ଦେଶନାମା ଜାରି ହୋଇଛି । ବିଏମସିରେ ଏଣିକି ମାସ୍କ ବାଧ୍ୟତାମୂଳକ । କଟକଣା କଡାକଡ଼ି କରିଛି ପ୍ରଶାସନ । ମାସ୍କ ନାହିଁ ତ ପ୍ରବେଶ ନାହିଁ ଏବଂ ମାସ୍କ ନାହିଁ ତ ସାମଗ୍ରୀ ନାହିଁ ।
ଏପରିକି ପେଟ୍ରୋଲ ଟାଙ୍କିରେ ବି ମାସ୍କ ନପିନ୍ଧିଲେ ପେଟ୍ରୋଲ ମିଳିବ ନାହିଁ ବୋଲି ଜାରି ହୋଇଛି ନିୟମ । ପୂର୍ବଭଳି ସାମାଜିକ ଦୂରତା, ହାତ ବିଶୋଧନ, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ବାରଣ କରାଯାଇଛି । ଏଥିରେ ଖିଲାପ କଲେ କୋଭିଡ-୧୯ ପ୍ରତିଷେଧ ଆଇନ ଅନୁଯାଇ ଜୋରିମାନା ସହ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମନକୁ ପ୍ରତିହତ କରିବାକୁ ଯାଇ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
