ଭାରତର ଅନ୍ୟତମ ପ୍ରମୁଖ ଖାଇବା ତେଲ ପ୍ରସ୍ତୁତକାରୀ ଫର୍ଚ୍ୟୁନ ବ୍ରାଣ୍ଡ ତାର ଦାମ ହ୍ରାସ କରିଛି । ବୈଶିକ ସ୍ତରରେ ଦାମ ହ୍ରାସ ପାଇବା ଯୋଗୁଁ ଖାଇବା ତେଲ ଦର ୩୦ ଟଙ୍କା ପର୍ଯ୍ୟନ୍ତ କମାଇଛି ଆଦାନୀ ଓ୍ବିଲମାର୍ । ସରକାରଙ୍କ ଆଦେଶ ପରେ ଆଦାନୀ ଗ୍ରୁପର କମ୍ପାନୀ ଆଦାନୀ ଓ୍ବିଲମାର୍ ଫର୍ଚ୍ୟୁନ ତେଲ ଦର ହ୍ରାସ କରିବାକୁ ଘୋଷଣା କରିଛି । ସୋୟାବିନ ତେଲରେ ସବୁଠାରୁ ଅଧିକ ଦାମ ହ୍ରାସ ପାଇଛି । ଏହା ପୂର୍ବରୁ ଧାରା ବ୍ରାଣ୍ଡର ଖାଇବା ତେଲ ବିକ୍ରି କରୁଥିବା କମ୍ପାନୀ ମଦର ଡାୟରୀ ମଧ୍ୟ ସୋୟାବିନ ଏବଂ ରାଇସ୍ ବ୍ରାନ୍ ଦାମରେ ଲିଟର ପିଛା ୧୪ ଟଙ୍କା କମାଇଥିଲା । ସୂଚନାଯୋଗ୍ୟ ନିକଟରେ ଏଡିବଲ୍ ଅଏଲ ଆସୋସିଏସନକୁ ତୁରନ୍ତ ଦାମ ଘଟାଇବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ଏହି ଆଦେଶରେ ଅଗ୍ରାଧିକାର ଭିତ୍ତିରେ ତୁରନ୍ତ ଖାଇବା ତେଲ ଦାମ ୧୫ ଟଙ୍କା ହ୍ରାସ କରିବାକୁ କୁହାଯାଇଥିଲା । ଖାଇବା ତେଲ ହ୍ରାସ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ‘ଆଦାନୀ ଓ୍ବିଲମାର ପକ୍ଷରୁ ଖାଦ୍ୟ ତେଲ ଦାମ ଘଟାଇବାକୁ ନିଷ୍ପତ୍ତି ନିଆଯାଇଛି ।
