ଖଣି ମାଫିଆ ଡିଏସପିଙ୍କ ଉପରେ ଏକ ଡମ୍ପର ଚଢାଇଦେଲେ , ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସୂଚନାନୁସାରେ, ତସାଦୁରେ ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୁଙ୍କୁ ପୋଷ୍ଟ କରାଯାଇଥିଲା। ପାହାଡରେ ସେ ବେଆଇନ ଖଣି ଖନନ ବିଷୟରେ ସୂଚନା ପାଇଥିଲେ। ଏହା ପରେ ସେ ଅନୁସନ୍ଧାନ କରିବାକୁ ଯାଇଥିଲେ। ସେ ଖଣି ସ୍ଥାନରେ ପଥର ବୋଝେଇ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପରେ ଏକ ଡମ୍ପର ଚଢାଇ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା , ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନୁହୁ ପୋଲିସ କହିଛି ଯେ ଘଟଣା ପରେ ସର୍ଚ୍ଚ ଅପରେସନ ଚାଲିଛି ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ। ଡିଏସପି ସୁରେନ୍ଦ୍ର ସିଂଙ୍କ ଅବସର ଚଳିତ ବର୍ଷ ହେବର ଥିଲା । ଏହି ଘଟଣା ପରେ ପୋଲିସ ବିଭାଗରେ ଉତ୍ତେଜନା ପ୍ରକାଶ ପାଇଛି। ଏସପି ଏବଂ ଆଇଜି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚାଲିଛି।
