ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୪ ଦମକଳ ଗାଡ଼ି ମୁତୟନ ରହିଛି। ଅଗ୍ନିଶମ ବିଭାଗର ସୂଚନା ମୁତାବକ, ଜଳୁଥିବା ବିଲ୍ଡିଂରୁ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ନାହିଁ। ସୂଚନା ମୁତାବକ, ଏହି ଅଗ୍ନିକାଣ୍ଡ ପାଖାପାଖି ସାଢ଼େ ୩ଟାରେ ଘଟିଛି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ରୂପେ ଜଣାପଡ଼ି ନାହିଁ। ନ୍ୟୁ ଅଶୋକ ନଗରରେ ଯେଉଁ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି, ତାହା ମେଟ୍ରୋ ଲାଇନ୍ ପାଖରେ ରହିଛି।
