Odia News Portal

ପୁଣି ବିଜେବି କଲେଜର ଜଣେ ଛାତ୍ରଙ୍କୁ ରାଗିଂ

ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଏକାଧିକ ସିନିୟର ନିର୍ଯ୍ୟାତନା ଦେବା ସହ ପିଟିଥିବା ଅଭିଯୋଗ । ବଡଗଡ ଥାନାରେ ସମ୍ପୃକ୍ତ ଛାତ୍ର ଓ ଅଭିଭାବକଙ୍କ ଲିଖିତ ଅଭିଯୋଗ । ତେବେ ଅଭିଯୋଗ ନେଇ କଲେଜ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିନି । ପୂର୍ବରୁ ରାଗିଂ ନେଇ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ଏହାପରେ ଅନେକ ରାଗିଂର ଅଭିଯୋଗ ସାମ୍ନାକୁ ଆସିଥିଲା । ଆଉ ପୁଣି ଥରେ ଜଣେ ଛାତ୍ର ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ।