ଭିଡିଓ ଭାଇରଲ ପରେ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ପ୍ରତିକ୍ରିୟା । ସତ୍ୟନଗର ଘରେ ବାବୁସାନ ଓ ପ୍ରକୃତି ରହୁଥିଲେ ବୋଲି କହିଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି । ମୁଁ ତାଙ୍କୁ ଆଗରୁ ୩ ଥର ଧରିଛି , ସେମାନେ ଜାଗା ପରିବର୍ତ୍ତନ କରୁଥିଲେ । ଆଜି ବାବୁସାନ ଚେନ୍ନାଇ ଯିବେ ବୋଲି ଖବର ପାଇଲି । ପ୍ରକୃତି ମଧ୍ୟ ତାଙ୍କ ସାଙ୍ଗରେ ଯିବା ନେଇ ମୋର ସନ୍ଦେହ ହେଲା । ବାବୁଙ୍କୁ ଭଲପାଏ ବୋଲି ପ୍ରକୃତି ମୋତେ ଜବାବ ଦେଲେ । ଆମ ଭିତରେ ଯିଏ ପଶିବ ପରିଣାମ ଭୋଗିବ ବୋଲି ପ୍ରକୃତି କହିଲେ । ମୁଁ ବାବୁଙ୍କୁ ସେଠାରୁ କାଢିବାକୁ ଚାହୁଁଥିଲି ବୋଲି ତୃପ୍ତି କହିଛନ୍ତି । ପ୍ରକୃତି ପ୍ରଥମେ ଧକ୍କା ମାରିଥିଲେ । ଆମ ଘରେ କିଛି ଦିନ ଧରି ବାବୁସାନ ରହୁ ନ ଥିଲେ । ୨୦୨୦ ସେପ୍ଟେମ୍ବର ୨୨ ରେ ମୁଁ ଗର୍ଭବତୀ ଥିବା ଜାଣିଲି । ୨୩ ତାରିଖରେ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଲି । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ଏକଥା ଜାଣିଥିଲେ । ସେ ଦୁଇ ଜଣ ଆଉ ହାତରେ ନ ଥିବା କହିଲେ ପ୍ରକୃତିଙ୍କ ବାପା । ୨ ମାର୍ଚ୍ଚ ୨୦୨୨ ରେ ପ୍ରକୃତିଙ୍କ ଜନ୍ମ ଦିନରେ ବାବୁସାନ ଲକେଟ ଗିଫ୍ଟ କରିଥିଲେ । ଏହି ସମୟରେ ମୁଁ ତାଙ୍କୁ ଧରିଥିଲି । ମୁଁ ମୋ ପରିବାରକୁ ପଂଚାଇବାକୁ ଚାହୁଁଥିଲି , ତେଣୁ ଚୁପ ରହିଥିଲି । ମୋ ଶାଶୂ ମଧ୍ୟ ଏକଥା ଜାଣିଛନ୍ତି , ସେ ବାବୁଙ୍କୁ ବୁଝଇବାକୁ ଚେଷ୍ଟା କରିଛନ୍ତି । ମୁଁ ମଧ୍ୟ ସେମାନଙ୍କ ନାଁ ରେ ମାମଲା କରିବା ନେଇ ଚିନ୍ତା କରୁଛି । ଆଗକୁ ବହୁ ଚିନ୍ତା କରି ନିଷ୍ପତ୍ତି ନେବି ବୋଲି କହିଛନ୍ତି ତୃପ୍ତି ।
ସେପଟେ ରାସ୍ତା ଉପରେ ବାବୁସାନଙ୍କ ସହ ଝଗଡ଼ା କରିଥିଲେ ପତ୍ନୀ । ଅଭିନେତ୍ରୀ ପ୍ରକୃତିଙ୍କ ସହ ବାବୁସାନ ଥିବା ବେଳେ ଧରିଥିଲେ ପତ୍ନୀ । ରାସ୍ତା ଉପରେ କାରକୁ ଅଟକାଇ ଝଗଡ଼ା କରିବା ସହ ଅଭିନେତ୍ରୀଙ୍କୁ ନିର୍ଧୁମ ଛେଚିଲେ ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀଙ୍କ ଯୋଗୁଁ ତାଙ୍କ ପରିବାର ଭାଙ୍ଗିଥିବା କହି ରାସ୍ତାରେ ଅଭିନେତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧକ୍କା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
