ଶସ୍ତା ହେବ କ୍ୟାନସର, ଡାଇବେଟିସ୍ ଏବଂ ହୃଦରୋଗ ଉପଚାର ପାଇଁ ଆବଶ୍ୟକ ଔଷଧ । ଏ ନେଇ କେନ୍ଦ୍ର ସରକାର ଖୁବଶୀଘ୍ର ଘୋଷଣା କରିପାରନ୍ତି । ଔଷଧ ଦାମ ହ୍ରାସ କରିବା ପାଇଁ ସରକାର କିଛି ପ୍ରସ୍ତାବ ପ୍ରସ୍ତୁତ କରୁଥିବା ଜଣାପଡିଛି । ଏହା ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ ।
ସୂଚନା ଅନୁସାରେ, ଗମ୍ଭୀର ରୋଗଗୁଡିକ ପାଇଁ ଉପଲବ୍ଧ ଔଷଧ ଗୁଡିକର ଦାମ ଗତ କିଛିଦିନ ହେଲା କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଛି । ଫଳରେ ସାଧାରଣ ଲୋକଙ୍କ ଉପରେ ଏହାର ଗୁରୁତର ପ୍ରଭାବ ପଡୁଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଔଷଧ ଗୁଡିକର ଦାମ ହ୍ରାସ କରିବା ଦିଗରେ ବିଚାର କରୁଥିଲେ । ଏହାକୁ ତୁରନ୍ତ ନିୟନ୍ତ୍ରଣ କରିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଥିଲେ ଯାହାକି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର କ୍ୟାନସର, ଡାଇବେଟିସ୍ ଏବଂ ହୃଦରୋଗ ଭଳି ଗୁରୁତର ରୋଗମାନଙ୍କ ପାଇଁ ଉପଲବ୍ଧ ମେଡିସିନ୍ ଦାମ ହ୍ରାସ ପାଇବ ।
