Odia News Portal

ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିଲେ ବାବୁସାନ

ଠିକ ସମୟରେ ଠିକ ଜିନିଷ କହିବି କହିଲେ ବାବୁସାନ । ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଲେ । ମୁଁ ପରିବାର ପାଖରେ ଅଛି , ସେଥିପାଇଁ ବହୁତ ଖୁସି ଅଛି କହିଲେ ବାବୁସାନ । ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବାବୁସାନ । ଆଜି ଥାନ କୁ ଯିବାର ପ୍ରଶ୍ନ ରେ ମା ଅପରାଜିତାଙ୍କ ଉତ୍ତର । ଅପରାଜିତା କହିଲେ ଆଜି କୁଆଡେ ଯିବାର ନାହିଁ । ଆମ ଉଭୟଙ୍କ ଦେହ ଭଲ ନାହିଁ କହିଲେ ଅପରାଜିତା ।
ଗତକାଲି ବାବୁସାନ ଭୁବନେଶ୍ୱର ଫେରିଥିଲେ । ପରିବାର ଲୋକଙ୍କ ସହ ଭେଟ ହୋଇଥିଲେ । ବରମୁଣ୍ଡା ଜଗନ୍ନାଥବିହାର ସ୍ଥିତ ଘରେ ଭାବବିହ୍ୱଳ ପରିବେଶ ଗତକାଲି ସୃଷ୍ଟି ହୋଇଥିଲା । ମା’ ପୁଅ ଭେଟାଭେଟି  ହୋଇଥିଲେ । ବାସଭବନରେ ମା’ ଅପରାଜିତାଙ୍କୁ ଧରି ବାବୁସାନ୍ କାନ୍ଦିପକାଇଥିଲେ।
ଅନ୍ୟପଟେ ବାବୁସାନଙ୍କୁ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ୍ ହୋଇଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ବାବୁସାନ୍ ‘ପ୍ରଥମେ ପରିବାର ଲୋକଙ୍କୁ ଭେଟିଥିଲେ । ଯେତେବେଳେ ଯାହା ଦରକାର ପଡ଼ିବ, ତାହା କହିବି ବୋଲି ବାବୁସାନ କହିଥିଲେ ।’ ପୂର୍ବରୁ ଖାରବେଳନଗର ପୋଲିସ ବାବୁସାନଙ୍କ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ଘରକୁ ଯାଇ ଘଣ୍ଟାଏ ଧରି ପ୍ରଶ୍ନ ପଚାରିଥିବା ସୂଚନା ମିଳିଥିଲା । ବାବୁସାନ, ତାଙ୍କ ପତ୍ନର ତୃପ୍ତି ଓ ବାନ୍ଧବୀ ପ୍ରକୃତିଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ କେଉଁ ଦିଗକୁ ଯିବ, ତାହା ଦେଖିବାକୁ ବାକି ରହିଛି ।
ତେବେ ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବାବୁ-ପ୍ରକୃତି ଚେନ୍ନାଇର ଗୋଟିଏ ହୋଟେଲରେ ରହୁଥିବା ନେଇ ଖୁଲାସା ହୋଇଥିଲା । ଏନେଇ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁ ହୋଟେଲରେ ବାବୁସାନ ରହୁଥିଲେ ଉକ୍ତ ହୋଟେଲରେ ମଧ୍ୟ ପ୍ରକୃତି ରହୁଥିବା କୁହାଯାଉଛି । ତେବେ ପୂର୍ବରୁ ବାବୁ ଓ ପ୍ରକୃତି ଯେଉଁ ଭିଡିଓ ପୋଷ୍ଟ କରୁଥିଲେ, ସେମାନେ ଗୋଟିଏ ସ୍ଥାନରେ ଭିଡିଓ ଶୁଟ୍ କରି ପୋଷ୍ଟ କରୁଥିବା ଅନୁମାନ କରାଯାଉଥିଲା । ଏବେ ସାମ୍ନାକୁ ଆସିଥିଲା ଭିଡିଓରେ ଅନ୍ୟ ଜଣେ ଯୁବତୀକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।