Odia News Portal

ମନ୍ତ୍ରୀ ପଦରୁ ବିଦା ହେଲେ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ ବିଦା ହୋଇଛନ୍ତି ପାର୍ଥ ଚାଟାର୍ଜୀ । ତେବେ ଏହି ମାମଲାକୁ ନେଇ ଯାହା ଆଶଙ୍କା କରାଯାଉଥିଲା ସେଇଆ ହେଲା। ମନ୍ତ୍ରୀପଦରୁ ହଟିଲେ ଦୁର୍ନୀତି ଅଭିଯୁକ୍ତ ପ୍ରାର୍ଥ ଚାଟାର୍ଜୀ। ଆଜି ଏନେଇ କ୍ୟାବିନେଟ୍ ବୈଠକ ଡକାଇଥିଲେ ମମତା ବାନାର୍ଜୀ। ଏହି ବୈଠକରେ ପାର୍ଥଙ୍କୁ ସମସ୍ତ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ସେପଟେ ଗିିରଫ ପୂର୍ବରୁ ତାଙ୍କ ସହଯୋଗୀ ଅର୍ପିତାଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି।

ତେବେ ପାର୍ଥଙ୍କ ବିରୁଦ୍ଧର ଘ‌ନଘନ ଅଭିଯୋଜ ଆସିବା ପରେ ମମତା ଏନେଇ ଆଜି କ୍ୟାବିନେଟ ବୈଠକ ଡକାଇଥିଲେ। ବୈଠକରେ ପାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଏହି ଚର୍ଚ୍ଚା ସତ ହୋଇଛି। ତେବେ ଏହା ପୂର୍ବରୁ ପାର୍ଥଙ୍କୁ ନେଇ ନିରବ ରହୁଥିଲେ ମମତା। କିଛି ଦିନ ପରେ ମୁହଁ ଖୋଲି କହିଥିଲେ ଯଦି ପାର୍ଥ ସେମିତି କରିଛନ୍ତି ତେବେ ତାଙ୍କୁ ଆଜୀବନ ସଜା ହେଲା ବି ମନଦୁଃଖ ନାହିଁ। ଏହାପରେ ଦଳର ଅନ୍ୟ କୌଣସି ନେତାଙ୍କୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ମମତାଙ୍କ ନିରବତାକୁ ନେଇ ବାରମ୍ବାର ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜର ସ୍ବଚ୍ଛ ଭାବମୁର୍ତ୍ତିକୁ ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏପଟେ ଆପାର୍ଟମେଣ୍ଟରୁ ଟଙ୍କା ବାହାରିବା ନେଇ ଇଡିକୁ ସତ କଥା କହିଛନ୍ତି ଅଭିନେତ୍ରୀ ଅର୍ପିତା ଚାଟାର୍ଜୀ। ପାର୍ଥ ତାଙ୍କର ସମସ୍ତ କଳା ଟଙ୍କା ରଖିବା ପାଇଁ ସେ ଅର୍ପିତାଙ୍କ ଘରକୁ ବ୍ୟବହାର କରୁଥିଲେ ବୋଲି ଅର୍ପିତା ମାନିଯାଇଛନ୍ତି। ପାର୍ଥଙ୍କୁ ଦଳରୁ ବହିସ୍କାର କରିବା ପାଇଁ ଦଳର ସାଧାରଣ ସମ୍ପାଦକ ଓ ପ୍ରବକ୍ତା କୁନାଲ ଘୋଷ କହିଥିଲେ। ତାଙ୍କୁ ଦଳରୁ ବାହାର କରିଦେବା ଉଚିତ୍ ବୋଲି ସେ ଟ୍ୱିଟ୍ କରି ସୂଚନା ଦେଇଥିଲେ।